www.samajalive.in
Monday, December 15, 2025
17.1 C
Bhubaneswar

ନିରବ ରହିବନି ଓଡ଼ିଶା : ମନ୍ତ୍ରୀ ସୂର୍ଯ୍ୟ ପାତ୍ର

କଲକାତା : ପୂର୍ବାଞ୍ଚଳ ରାଜ୍ୟ ମଧ୍ୟରେ ଥିବା ନଦୀ ଓ ଜଳ ବିବାଦର ସମାଧାନ ପାଇଁ କଲକାତାରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଗୱାଲାଙ୍କ ପୌରୋହିତ୍ୟରେ ଆଜି କଲକାତାର ତାଜବେଙ୍ଗଲଠାରେ ବୈଠକ ହୋଇଯାଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡର ମନ୍ତ୍ରୀ ଓ ସଚିବମାନେ ଯୋଗ ଦେଇଥିଲେ । ୱାଟର କମଶନର ସୟଦ ମସୁଦ ହୁସେନଙ୍କ ପ୍ରସ୍ତାବ ଅନୁସାରେ ବୈଠକ ହୋଇଥିଲା । ମହାନଦୀ ଜଳ ବିବାଦ ସହିତ ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ଇନ୍ଦ୍ରାବତୀ ପ୍ରସଙ୍ଗ ମଧ୍ୟ ବୈଠକରେ ସ୍ଥାନ ପାଇଥିଲା। ମହାନଦୀ ନେଇ ଟ୍ରାଇବ୍ୟୁନାଲ ଗଠିତ ହୋଇଥିଲେ ସୁଦ୍ଧା କାର୍ଯ୍ୟକାରୀ କ୍ଷେତ୍ରରେ ବିଳମ୍ବ ହେଉଥିବାରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କ୍ଷୋଭ ପ୍ରକାଶ କରିଥିଲେ । ଏହା ସହିତ ଓଡ଼ିଶା ତାର ପ୍ରାପ୍ୟ ପାଇବା କ୍ଷେତ୍ରରେ ମଧ୍ୟ ବଞ୍ଚିତ ହେଉଥିବା ବିଷୟକୁ ସେ ଉପସ୍ଥାପନ କରିଥିଲେ । ସର୍ବୋପରି ଏନ୍‌ଜିଟି ପକ୍ଷରୁ ଛତିଶଗଡ଼ ସରକାରଙ୍କ ପ୍ରତି ଦିଅଯାଇଥିବା ନିର୍ଦେଶନାମାକୁ ଛତିଶଗଡ଼ ସରକାର ପାଳନ କରୁନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ସୂଚାଇଥିଲେ। ଏହି କ୍ଷେତ୍ରରେ କେନ୍ଦ୍ରର ବ୍ୟତିକ୍ରମୀ ମନୋଭାବ ରହିଥିବା ବିଷୟ ସେ କହିବାଦ୍ୱାରା ଛତିଶଗଡ଼ ଜଳସେଚନ ମନ୍ତ୍ରୀ ବ୍ରଜମୋହନ ଅଗ୍ରୱାଲ ଆପତ୍ତି ଉଠାଇଥିଲେ। ଦୁଇ ରାଜ୍ୟର ପ୍ରସଙ୍ଗକୁ ନେଇ ଦୁଇ ମନ୍ତ୍ରୀଙ୍କ ଯୁକ୍ତି ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ ଛତିଶଗଡ଼ ସରକାର ଇଚ୍ଛାକୃତ ଭାବେ ମହାନଦୀ ପ୍ରସଙ୍ଗକୁ ଭିନ୍ନ ରୂପ ଦେବା ପାଇଁ ଚାହେଁ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା କୌଣସି ସମୟରେ ନିରବ ରହିବ ନାହିଁ। ତେଣୁ ଏହାକୁ ୱାଟର କମିଶନ ବିଶେଷ ଗୁରୁତ୍ୱ ଦେବା ଜରୁରୀ ।
ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି କହିଥିଲେ ଯେ ମହାନଦୀ ଛତିଶଗଡ଼ ଦେଇ ଓଡ଼ିଶାରେ ପ୍ରବାହିତ ହୋଇଥିବାବେଳ ବ୍ରାହ୍ମଣୀ ନଦୀ ଝାଡ଼ଖଣ୍ଡ ଓ ଓଡ଼ିଶାକୁ ଆସିଛି। ସେହିପରି ପଶ୍ଚିମବଙ୍ଗ ଦେଇ ସୁବର୍ଣ୍ଣରେଖା ନଦୀ ଓଡ଼ିଶା ମଧ୍ୟରେ ଯାଇଥିବାବେଳେ ଇନ୍ଦ୍ରାବତୀ ଓଡ଼ିଶାରୁ ଛତିଶଗଡ଼ ସହ ସଂଯୋଗ ହେଉଛି । ଆନ୍ତରାଜ୍ୟ ନଦୀ ସଂଯୋଗୀକରଣଦ୍ୱାରା କାର୍ଯ୍ୟତଃ ଓଡ଼ିଶା ପ୍ରତି ବହୁ ସମୟରେ ବ୍ୟତିକ୍ରମୀ ପରିସ୍ଥିତି ଘଟୁଛି; ଯାହାର ସମାଧାନ ହେବା ଉଚିତ୍‌।
ଏହି ବିଷୟକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ମେଗୱାଲା ଗୁରୁତ୍ୱ ଦେବା ସହ ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଥିବା ବିଷୟ ସୂଚାଇଥିଲେ।
ଅନ୍ୟ ରାଜ୍ୟର ମନ୍ତ୍ରୀମାନେ ମଧ୍ୟ ସେମାନଙ୍କ ସମସ୍ୟାକୁ ଉପସ୍ଥାପନ କରିଥିଲେ। ଛତିଶଗଡ଼ ସରକାରଙ୍କ ମନ୍ତ୍ରୀ ଶ୍ରୀ ଅଗ୍ରୱାଲ କହିଥିଲେ ଯେ ମହାନଦୀ ନେଇ ଟ୍ରାଇବ୍ୟୁନାଲ ଗଠିତ ହୋଇଥିବାରୁ ଓଡ଼ିଶା ଅପେକ୍ଷା କରିବା ଉଚିତ୍‌ । ବୈଠକରେ ପଶ୍ଚିମବଙ୍ଗ ଜଳସମ୍ପଦ ମନ୍ତ୍ରୀ ସୋମେନ୍‌ ମହାପାତ୍ର ଉପସ୍ଥିତ ଥିଲେ।
ପଶ୍ଚିମବଙ୍ଗ ଜଳସେଚନ ମନ୍ତ୍ରୀ ରାଜୀବ ବାନାର୍ଜୀ କହିଥିଲେ ଯେ ୱାଟର କମିଶନ ପକ୍ଷରୁ ବୈଠକ କରାଯିବା ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମ ଯଥାର୍ଥରେ ସ୍ୱାଗତ ଯୋଗ୍ୟ; କିନ୍ତୁ ସମାଧାନ ପାଇଁ କେନ୍ଦ୍ରର ଆନ୍ତରିକତା ନାହିଁ। ପଶ୍ଚିମବଙ୍ଗର ପ୍ରାପ୍ୟ ଦେବା କ୍ଷେତ୍ରରେ କେନ୍ଦ୍ର ସରକାର କାର୍ପଣ୍ୟତା କରୁଛି। କେନ୍ଦ୍ରୀୟ ପ୍ରକଳ୍ପ ବାବଦ ପ୍ରାପ୍ୟରୁ ପଶ୍ଚିମବଙ୍ଗ ୨୩୦ କୋଟି ଟଙ୍କା ପାଇବ। କିନ୍ତୁ ଏହି କ୍ଷେତ୍ରରେ କେନ୍ଦ୍ରୀୟ ବଜେଟ୍‌ରେ ସାମୂହିକ ବଜେଟ୍‌ ମାତ୍ର ୨୦୦କୋଟି ଟଙ୍କା ରଖାଯାଇଛି। ତେଣୁ ଏହି ବୈଠକ କେତେଦୂର କାର୍ଯ୍ୟକାରୀ ହେବ ତାହା ନେଇ ପ୍ରଶ୍ନ ରହିଛି।
ସଭାରେ ଓଡ଼ିଶା ସରକାରଙ୍କ ବିଭାଗୀୟ ମୁଖ୍ୟ ସଚିବ ପିକେ ଜେନା, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆଶୁତୋଷ ଦାସ, ପୂର୍ଣ୍ଣଚନ୍ଦ୍ର ଦଳାଇ, ଜଏଣ୍ଟ କମିଶନର ଏସ୍‌କେ କୁମରାଜ, ଅରୂପ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥି​େଲ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories