www.samajalive.in
Monday, December 15, 2025
17.1 C
Bhubaneswar

ବାସ୍ତୁ ଅନୁଯାୟୀ ରୋଷେଇ ଘର ନିମନ୍ତେ କିଛି ସଠିକ୍‍ ନିୟମ

ରୋଷେଇ ଘର ଗୃହର ଅନ୍ୟ ସ୍ଥାନ ମାନଙ୍କ ଠାରୁ ଏକ ଗୁରୁତ୍ୱପୂଣ୍ଣ ସ୍ଥାନ ଅଟେ। କାରଣ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଏହି ଠାରୁ ହିଁ ଜଡ଼ିତ ଅଟେ। ରୋଷେଇ ଘରରେ ହେଉଥିବା କେତେକ ଭୁଲ ଯୋଗୁଁ ଏହା ଘରର ବାସ୍ତୁକୁ ମଧ୍ୟ ବହୁ ପରିମାଣରେ ପ୍ରଭାବିତ କରିଥାଏ। ରୋଷେଇ ଘର ସହ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ କଥାର ଧ୍ୟାନ ରଖିବା ନିତ୍ୟାନ୍ତ ଜରୁରୀ ଅଟେ। ଯଦି କେତେକ ଛୋଟ ଛୋଟ କଥା ପ୍ରତି ଧ୍ୟାନ ନ ଦେବା ତେବେ ଘରର ସଦସ୍ୟ ମାନେ ଦରଦ୍ର ଓ ସମାଜରେ ମାନ ହାନି ମଧ୍ୟ ହୋଇଥାଏ। ଜାଣନ୍ତୁ, ଏହି ଭୁଲ ବିଷୟରେ ………


ଯେଉଁ ଘରେ ରୋଷେଇ ଘର ନିକଟରେ ହିଁ ଠାକୁରଙ୍କ ଘର ଥାଏ, ସେ ଘରର ଲୋକ ମାନେ ବହୁତ ରାଗି ହୋଇ ଥାଆନ୍ତି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସେମାନଙ୍କର ଲାଗି ରହିଥାଏ। ତେଣୁ ଠାକୁର ଘରକୁ ରୋଷେଇ ଘର ନିକଟରେ ରଖିବା ଉଚିତ ନୁହେଁ।

- Advertisement -


ରୋଷେଇ ଘର ନିକଟରେ ଯଦି ଷ୍ଟୋର ରୁମ୍‍ ଥାଏ, ତେବେ କର୍ମ କ୍ଷେତ୍ରରେ ବହୁ ଅସୁବିଧା ଦେଖାଯାଏ। ତେଣୁ ଯଦି ରୋଷେଇ ଘର ନିକଟରେ ଷ୍ଟୋର ରୁମ ଅଛି , ତେବେ ଏହି ଷ୍ଟୋର ରୁମରେ ଏକ ଚାନ୍ଦିର ଟଙ୍କା ରଖିଦିଅନ୍ତୁ।


ରୋଷେଇ ଘର ନିକଟରେ ଯଦି ଗାଧୁଆ ଘର ଅଛି ତେବେ ଏହାର ପ୍ରଭାବରେ ସଦସ୍ୟଙ୍କ ଶରୀର ରୋଗଗ୍ରସ୍ତ ହେବା ସହ ଗୃହରେ ସର୍ବଦା ଅଶାନ୍ତି ଲାଗି ରହେ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଗାଧୁଆ ଘରେ ଏକ ପାତ୍ରରେ ଲୁଣ ରଖନ୍ତୁ ଓ ୭ ଦିନକୁ ଥରେ ଏହାକୁ ବଦଳାନ୍ତୁ।


ଘରର ମୁଖ୍ୟ କବାଟ ସମ୍ମୁଖରେ ରୋଷେଇ ଘର ରଖନ୍ତୁ ନାହିଁ , ଏହା ଦ୍ୱାରା ପରିବାର ମଧ୍ୟରେ ସର୍ବଦା ଅଶାନ୍ତି ଲାଗି ରହେ। ଯଦି ମୁଖ୍ୟ କବାଟ ସମ୍ମୁଖରେ ରୋଷେଇ ଘର ଥାଏ , ତେବେ ରୋଷେଇ ଘରେ ଏକ ପରଦା ଟାଙ୍ଗନ୍ତୁ। ଯେପରି ମୁଖ୍ୟ କବାଟରୁ ରୋଷେଇ ଘର ଦେଖାନଯାଏ।
ରୋଷେଇ ଘର ଭିତରକୁ ସ୍ନାନ ନକରି ପ୍ରବେଶ କରିବା କଥା ନୁହେଁ। ଏହା ଦ୍ୱାରା ସଦସ୍ୟଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ଆସିଥାଏ। ତେଣୁ ଯଦି ସ୍ନାନ ନକରି ରୋଷେଇ ଘରକୁ ପ୍ରବେଶ କରିବାକୁ ପଡ଼େ , ତେବେ ରାତିରେ ପିନ୍ଧିଥିବା ବସ୍ତ୍ରକୁ ବଦଳାଇ ପ୍ରବେଶ କରନ୍ତୁ।


ରୋଷେଇ ଘର ସର୍ବଦା ଗୃହର ଦକ୍ଷିଣ-ପୂର୍ବ କୋଣରେ ରହିଲେ ପରିବାରରେ ସୁଖଶାନ୍ତି ଓ ଆର୍ଥିକ କ୍ଷେତ୍ରରେ ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories