www.samajalive.in
Sunday, December 14, 2025
23.1 C
Bhubaneswar

ବିହାର ନାବାଳିକା ନିର୍ଯାତନା ଘଟଣା:ଜେଲ୍‍ରୁ ହେଉଛି ବ୍ଲୁପ୍ରିଣ୍ଟ!

ପାଟନା: ମୁଜଫରପୁର ଆଶ୍ରୟ ସ୍ଥଳରେ ନାବାଳିକା ବଳାତ୍କାର ଘଟଣା କ୍ରମଶଃ ଜଘନ୍ୟ ପରିକଳ୍ପିତ ଅପରାଧ ବୋଲି ପ୍ରମାଣିତ ହେବାରେ ଲାଗିଛି। ଘଟଣାକୁ ନେଇ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ତତ୍ପରତା ପ୍ରକାଶ କରି ନ ଥିଲେ ମଧ୍ୟ ଅପରାଧରେ ରାଜ୍ୟର ନେତା ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ପ୍ରଚ୍ଛଦ ଭୂମିକା କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି।
ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କୁ ବିଚାରବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇ ଥିଲେ ମଧ୍ୟ ଅସୁସ୍ଥତା ଆଳରେ ସେ ଜେଲ ତୁଳନାରେ ଡାକ୍ତରଖାନାରେ ଅଧିକ ସମୟ ଅତିବାହିତ କରୁଛନ୍ତି। ସ୍ୱାଧୀନତା ଦିବସ ପୂର୍ବରୁ ମୁଜଫରପୁର ଜେଲରେ ପ୍ରଶାସନ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ଥିଲା। ଚଢ଼ାଉ ବେଳେ ବ୍ରଜେଶଙ୍କୁ ଜେଲ ମଧ୍ୟରେ ଥିବା ଡାକ୍ତରଖାନା ପରିବର୍ତ୍ତେ ଜେଲ ମଧ୍ୟରେ ଥିବା ଘାସ ଗାଲିଚାରେ ବୁଲୁଥିବା ଅବସ୍ଥାରେ ଦେଖାଯାଇଥିଲା। ଅଧିକ ଖୋଳତାଡ଼ କରାଯିବା ପରେ ତାଙ୍କ ନିକଟରୁ ଦୁଇ ପୃଷ୍ଠାର କାଗଜ ଜବତ କରାଯାଇଥିଲା। ସେଥିରେ ପ୍ରାୟ ୪୦ ଜଣଙ୍କ ନାମ ଓ ମୋବାଇଲ ନମ୍ବର ଲେଖା ଯାଇଥିବା ଦେଖିବାକୁ ମିଳିଥିଲା। ଏହି ନାମ ତାଲିକାରେ ରାଜ୍ୟର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ନାମ ଉଲ୍ଲେଖ ରହିଛି। ଜେଲ ମଧ୍ୟରେ ଥାଇ ମଧ୍ୟ ବ୍ରଜେଶ ଏହି ବ୍ୟକ୍ତିମାନଙ୍କ ସମ୍ପର୍କରେ ରହିଥିବା ସନ୍ଦେହକୁ ଏଡ଼ାଇ ଦିଆଯାଇ ନପାରେ ବୋଲି କୁହାଯାଉଛି। ଏପରିକି ଜେଲ ଭିତରେ ଥାଇ ମଧ୍ୟ ସେ ତାଙ୍କ ଆଇନଜୀବୀଙ୍କ ସହ ମିଶି କାହାକୁ ଫସାଇବେ ଓ କାହାକୁ ବଞ୍ଚାଇବେ ଏହି ରଣନୀତିରେ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି। ଏଭଳି କ୍ଷେତ୍ରରେ ଆଗାମୀ ଦିନରେ ସିବିଆଇ ତଦନ୍ତ କେଉଁ ଦିଗକୁ ଯିବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଉଦ୍ଧାର ହୋଇଥିବା ନାବାଳିକାମାନେ ଉକ୍ତ ଆଶ୍ରୟ ସ୍ଥଳରେ ଜଣେ ନାବାଳିକାଙ୍କୁ ହତ୍ୟା କରା ଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାକୁ ପ୍ରାଥମିକତା ଦେଇ ସିବିଆଇ ପକ୍ଷରୁ ଉକ୍ତ ଆଶ୍ରୟ ସ୍ଥଳକୁ ଖୋଳା ଯାଇ ମୃତଦେହ ଖୋଜା ଚାଲିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories