www.samajalive.in
Sunday, December 14, 2025
19.1 C
Bhubaneswar

 ଡାଏମଣ୍ଡ ଲିଗ୍‌ରେ ଖେଳିବେ ଓଡ଼ିଆ ପୁଅ କିଶୋର ଜେନା

ଭୁବନେଶ୍ବର: ଭାରତର ଉଦୀୟମାନ ଜାଭେଲିନ ଫିଙ୍ଗାଳି ତଥା ଓଡ଼ିଆ ପୁଅ କିଶୋର ଜେନା ଆସନ୍ତା ​ମେ ୧୦ରୁ ଦୋହାରେ ଆୟୋଜିତ ହେବାକୁ ଥିବା ଡାଏମଣ୍ଡ ଲିଗ୍‌ରେ ଖେଳିବେ। କିଶୋର ପ୍ରଥମ ଥର ପାଇଁ ଡାଏମଣ୍ଡ ଲିଗ୍‌ରେ ଖେଳିବେ। କିଶୋରଙ୍କ ସହ ଟୋକିଓ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ। ଖେଲୋ ଇଣ୍ଡିଆ ରାଇଜିଂ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କିଶୋର ଏବେ ପତିଆଲାସ୍ଥିତ ନେତାଜୀ ସୁଭାଷ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନରେ ପ୍ରଶିକ୍ଷଣ ହାସଲ କରୁଛନ୍ତି। ୨୮ ବର୍ଷୀୟ କିଶୋର ଗତବର୍ଷ ହଙ୍ଗେରୀର ବୁଦାପେଷ୍ଟରେ ଆୟୋଜିତ ବିଶ୍ବ ଦୌଡ଼କୁଦ ଚମ୍ପିଆନସିପରେ ୫ମ ସ୍ଥାନ ହାସଲ କରିଥିଲେ। ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା -୨୦୨୩ରେ ରୌପ୍ୟ ପଦକ ଜିତିଥିଲେ। ଉକ୍ତ ପ୍ରଦର୍ଶନ ବଳରେ କିଶୋର ପ୍ୟାରିସ ଅଲିମ୍ପିକ୍‌ସ ଲାଗି ଯୋଗ୍ୟତା ହାସଲ କରିଛନ୍ତି। କିଶୋର କୁହନ୍ତି, ଗତବର୍ଷ ବିଶ୍ବ ଦୌଡ଼କୁଦ ଚମ୍ପିଆନସିପ୍‌ ଓ ଏସୀୟ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିଥିଲି।

୨୦୨୪ ମୋ ପାଇଁ ଶ୍ରେଷ୍ଠ ବର୍ଷ ହେବା ନେଇ ଆଶା କରୁଛି। ପ୍ୟାରିସ ଅଲିମ୍ପିକ୍‌ସ ଲାଗି କଠିନ ପରିଶ୍ରମ କରୁଛି। ଦକ୍ଷତା ବୃଦ୍ଧି ନେଇ ଶାରୀରିକ ଅଭ୍ୟାସ ଉପରେ ଗୁରୁତ୍ବ ଦେଉଛି। ପ୍ରଶିକ୍ଷକ ସମରଜିତ ସିଂହ ମାଲି ମୋ କାନ୍ଧର ଦକ୍ଷତା ବୃଦ୍ଧି ନେଇ ସବୁବେଳେ ଗୁରୁତ୍ବ ଦେଇଥାନ୍ତି। ପ୍ୟାରିସରେ ପଦକ ଜିତିବା ମୋର ଲକ୍ଷ୍ୟ ରହିଛି। ଉନ୍ନତ ପ୍ରଶିକ୍ଷଣ ନେଇ ସାଇର ଟାର୍ଗେଟ ଅଲିମ୍ପିକ୍‌ସ ପୋଡ଼ିୟମ ଯୋଜନା ଓ ଏଏଫ୍‌ଆଇ ପକ୍ଷରୁ ସହଯୋଗ ମିଳୁଛି ବୋଲି କିଶୋର କହିଛନ୍ତି। ପ୍ୟାରିସ ଅଲିମ୍ପିକ୍‌ସ ପୂର୍ବରୁ ଆସନ୍ତା ମେ ରେ ଡାଏମଣ୍ଡ ଲିଗ୍‌ ରହିଛି। ଏହା ୨୦୨୪ ବର୍ଷର ପ୍ରଥମ ପ୍ରତିଦ୍ବନ୍ଦ୍ବିତାମୂଳକ ପ୍ରତିଯୋଗିତା ହେବ। ପ୍ରଥମ ଥର ପାଇଁ ଉକ୍ତ ଲିଗ୍‌ରେ ଅଂଶଗ୍ରହଣ କରିବି। ଏଥିରେ ନୀରଜ ମୋ ପ୍ରତିଦ୍ବନ୍ଦ୍ବୀ ମଧ୍ୟ ରହିବେ। ୯୦ ମିଟର ଦୂରତ୍ବକୁ ଅତିକ୍ରମ କରିବା ମୋର ଲକ୍ଷ୍ୟ ରହିଛି ବୋଲି କିଶୋର କହିଛନ୍ତି।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories