www.samajalive.in
Sunday, December 14, 2025
26.1 C
Bhubaneswar

ମନ୍ଦିର ହୁଣ୍ଡିରୁ ଚୋରି, ସିସିଟିଭି କାର୍ଯ୍ୟକ୍ଷମ କରିବାକୁ ଦାବି

କେନ୍ଦୁଝରଗଡ଼଼: କେନ୍ଦୁଝର ପୁରୁଣାବଜାରସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଥିବା ଦାନ ହୁଣ୍ଡିକୁ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। ରଥଯାତ୍ରା ପରଠାରୁ ଏହି ଦାନ ହୁଣ୍ଡି ଖୋଲା ଯାଇନଥିବା ବେଳେ ଦୁର୍ବୃତ୍ତମାନେ ସୁଯୋଗ ଉଣ୍ଡି ଗୁରୁବାର ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶି ଦାନ ହୁଣ୍ଡିକୁ ଭାଙ୍ଗି ଦାନ ଅର୍ଥ ସମେତ ବିଭିନ୍ନ ଦାନ ସାମଗ୍ରୀକୁ ଲୁଟି ନେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁରୁଣା ଟଙ୍କା ଓ ଖୁଚୁରା ଟଙ୍କା ଫିଙ୍ଗି ପଡ଼ିଥିବା ଶୁକ୍ରବାର ସକାଳେ ଦେଖିବାକୁ ମିଳିଥିଲା। ମନ୍ଦିର ପରିସର ଓ ପରିସର ବାହାରେ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ସିସିଟିଭି ସଂଯୋଗ କରାଯାଇଥିଲେ ହେଁ ଏହା କାର୍ଯ୍ୟ କରୁନଥିବାରୁ ସୁରକ୍ଷା ଦୃଷ୍ଟିରୁ ଘରୋଇ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ହୋଇଛନ୍ତି। ଏହାସତ୍ତ୍ବେ ମନ୍ଦିରର ଦାନ ହୁଣ୍ଡିକୁ ଭାଙ୍ଗି ଦୁର୍ବୃତ୍ତମାନେ ଦାନ ଅର୍ଥ ଓ ସାମଗ୍ରୀକୁ ଲୁଟିନେବା ଘଟଣା ଭକ୍ତ ମହଲରେ ତୀବ୍ର ଆଲୋଡନ ସୃଷ୍ଟି କରିଛି। ମନ୍ଦିରର ସୁପରିଚାଳନା ପାଇଁ ଦେବୋତ୍ତର ବିଭାଗ ଏହାର ଦୈନଦିନ ପରିଚାଳନା ସହ ତଦାରଖ କାର୍ଯ୍ୟ ତୁଲାଉଥିବା ବେଳେ ମନ୍ଦିର ପରିସରରୁ କିଭଳି ଚୋରି ହେଉଛି ସେ ନେଇ ଦେବୋତ୍ତର ବିଭାଗର କାର୍ଯ୍ୟଶୈଳୀକୁ ନେଇ ଭକ୍ତଗଣ ପ୍ରଶ୍ନ ଉଠାଇବା ସହ ତୁରନ୍ତ ଅଚଳ ସିସିଟିଭିକୁ କାର୍ଯକ୍ଷମ କରିବାକୁ ଦାବି କରିଛନ୍ତି। ତେବେ ହୁଣ୍ଡି ଭାଙ୍ଗି ଦାନ ଅର୍ଥ ଲୁଟ୍‌‌ ଖବର ପାଇବା ପରେ ଦେବୋତ୍ତର ବିଭାଗ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories