ସୋର: ବାଲେଶ୍ଵର ଜିଲା ଔପଦା ଅଞ୍ଚଳରୁ ଏକ ୧୨ ଫୁଟର ଅହିରାଜ ସାପ ଉଦ୍ଧାର ହୋଇଛି। ଔପଦା ଗଡସାହିର ଉପେନ୍ଦ୍ର ପାତ୍ରଙ୍କ ପିଣ୍ଡାରେ ଥିବା କାଠ ଗଦା ଭିତରେ ଏହି ସାପଟି ରହିଥିବା ପରିବାର ଲୋକେ ଦେଖିଥିଲେ। ଏହା ପରେ ସେମାନେ ଭଦ୍ରକର ସାପ ଧରାଳି ଶେଖ୍ ମିର୍ଜାଙ୍କୁ ଖବର ଦେଇଥିଲେ। ମିର୍ଜା ପହଞ୍ଚି ସାପକୁ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟର ବେତଇ ବିଟ୍ ପ୍ରାକୃତିକ ପରିବେଶରେ ଛାଡ଼ିଥିବା ସୂଚନା ମିଳିଛି।
Popular Categories



