www.samajalive.in
Wednesday, December 10, 2025
15.1 C
Bhubaneswar

ଘରୁ ଟେକିନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ବାସୁଦେବପୁର :  ଘରେ ଶୋଇଥିବା ସମୟରେ ଯୁବକଙ୍କୁ ଉଠାଇ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏମିତି ଘଟଣା ବାଂଶଡା ଥାନା ଅଧିନ ପିପଳା ଗ୍ରାମରେ ଘଟିଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ତହସିଲ ଅଧିନ କରଣପଲ୍ଲୀ ଗ୍ରାମର ଶଙ୍କର ଜାନା ଓ ତାଙ୍କର ସହେଯାଗୀମାନେ ବେଣୁଧର ନାୟକଙ୍କ ପୁଅ ତାପସଙ୍କୁ ଗତକାଲି ରାତି ଦୁଇଟା ସମୟରେ ଉଠାଇ ଆଣିଥିଲେ । ଏହି ସମୟରେ ତାପସର ମାଆ ବିରୋଧ କରିବାରୁ ଶଙ୍କର ଓ ତାଙ୍କର ଅନ୍ୟ ଦଶଜଣ ସହେଯାଗୀମାନେ ତାପସର ମାଆଙ୍କୁ ମାଡ ମାରି ପଳାଇ ଆସିଥିଲେ । ବାପା ବେଣୁଧର ତାପସଙ୍କୁ ବିଜୟପାଟଣା ନିକଟରେ ସଂଜ୍ଞାହୀନ ଅବସ୍ଥାରେ ପାଇଥିଲେ । ସଙ୍ଗେ ସଙ୍ଗେ ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଆସିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଶଙ୍କର ଜାନାର ଝିଅ ନିଖୋଜ ଥିବାକୁ ନେଇ ଆକ୍ରୋଶ ମୂଳକ ଭାବରେ ଘରୁ ଟେକିନେଇ ଭଣଜାକୁ ହତ୍ୟା କରାଯାଇଛି ବୋଲି ତାପସର ମାମୁଁ ସୁଶାନ୍ତ ବିଶ୍ୱାଳ ଜଣାଇଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories