www.samajalive.in
Friday, December 5, 2025
17.1 C
Bhubaneswar

ଜାହ୍ନବୀଙ୍କ ପରେ ବଲିଉଡ଼୍‍ରେ ପାଦ ଦେବେ ଖୁସି, ଏହି ସୁପରଷ୍ଟାରଙ୍କ ପୁଅ ସହ ଜମିବ ଯୋଡ଼ି

ମୁମ୍ବଇ : ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀଙ୍କ ପରେ ଏବେ ସାନ ଝିଅ ଖୁସି କପୁର୍‍ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ପାଦ ଥାପିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତାଙ୍କ ସହ ଶାହାରୁଖ୍‍ ଖାନ୍‍ଙ୍କ ପୁଅ ଆର୍‍ୟନ୍‍ ଖାନ୍‍ ମଧ୍ୟ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କରିବେ। ଖବର ଅନୁସାରେ କରଣ ଜୋହର ଖୁସି ଓ ଆୟନଙ୍କୁ ଏକସଙ୍ଗେ ଚଳଚ୍ଚିତ୍ର ଦୁନିଆକୁ ଆଣିବାକୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଏଥିପାଇଁ କରଣ ଦୁହିଁଙ୍କୁ ବେଶଭୁସା ନେଇ ଟିପ୍ସ ମଧ୍ୟ ଦେଉଛନ୍ତି। ଗତ କିଛିଦିନ ହେବ ଖୁସି କିଛି ଅଧିକ ସୁନ୍ଦର ଦେଖାଯାଉଛନ୍ତି। ଏହା କରଣ ଜୋହରଙ୍କ କମାଲ୍‍। ବୋନୀ କପୁର୍‍ ମଧ୍ୟ ଖୁସିଙ୍କ ବଲିଉଡ଼୍‍ ଏଣ୍ଟ୍ରିକୁ ନେଇ ଅନୁମତି ଦେଇ ସାରିଛନ୍ତି। ବୋନୀଙ୍କ କହିବା ଅନୁସାରେ, ଯଦି ଖୁସି କରଣ ଜୋହରଙ୍କ ସହ କାମ କରିବେ ତେବେ ସେ ମଧ୍ୟ ଜାହ୍ନବୀଙ୍କ ପରି ଲୋକପ୍ରିୟତା ହାସଲ କରିପାରିବେ। ତେଣୁ ସେ ଖୁସିଙ୍କ ବଲିଉଡ୍‍ରେ ପ୍ରଥମ ପ୍ରଦର୍ଶନର ଭାର କରଣଙ୍କୁ ଦେଇଛନ୍ତି। ଖୁସିଙ୍କ ପୂର୍ବରୁ କରଣ ତାଙ୍କ ବଡ଼ ଭଉଣୀ ଜାହ୍ନବୀଙ୍କୁ ‘ଧଡ଼କ୍‍’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼୍‍କୁ ଆଣିଥିଲେ। ଏଥିରେ ଜାହ୍ନବୀଙ୍କ ସହ ସାହିଦ୍‍ କପୁର୍‍ଙ୍କ ଭାଇ ଈଶାନ୍‍ ଖଟ୍ଟର୍‍ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର ବକ୍ସ ଅଫିସ୍‍ରେ ଭଲ ବ୍ୟବସାୟ କରିଥିଲା। ଦର୍ଶକ ଜାହ୍ନବୀ ଓ ଈଶାନ୍‍ଙ୍କ ଯୋଡ଼ି ଓ ଅଭିନୟକୁ ଖୁବ୍‍ ପସନ୍ଦ କରିଥିଲେ। ଏବେ କରଣ ଦୁଇ ନୂଆ ଚେହେରାକୁ ରୂପେଲୀ ପରଦାରେ ଆଣିବା ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories