www.samajalive.in
Sunday, December 7, 2025
23.1 C
Bhubaneswar

ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟରେ ଇଂରାଜୀ ସୂଚନା ବୋର୍ଡ : ଓଡିଆ ଭାଷା ନିୟମକୁ ଫୁ..

ଖୁଣ୍ଟା: ମାସକ ପରେ ଉତ୍କଳ ଦିବସ। କିନ୍ତୁ ସରକାରୀ ବାବୁଙ୍କ ଇଂରେଜୀ ପ୍ରୀତି ଏପର୍ଯ୍ୟନ୍ତ କମିନି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ କେତେକ କାର୍ଯ୍ୟାଳୟରେ ଇଂରାଜୀ ଫଳକ ଦେଖିବାକୁ ମିଳିଛି। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଇଂରାଜୀ ସୂଚନା ଫଳକ ହଟାଯାଇ ନିଜ ମାତୃଭାଷା ଓଡିଆରେ ଫଳକ ଲାଗିବ ବୋଲି କିଛି ଦିନ ତଳେ ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିୟମକୁ କେତେକ ସରକାରୀ କର୍ମଚାରୀ ଫୁ କରିଦେଇଛନ୍ତି।

ଆଜି ଆମେ କହୁଛୁ ଗୋପବନ୍ଧୁ ନଗର ବ୍ଲକରେ ଥିବା ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟ ବିଷୟରେ। ସ୍ଥିତି ଏଭଳି ଯେ ସେଠାରେ ଏକ ସରକାରୀ କାର୍ଯ୍ୟାଳୟ ରହିଛି ବୋଲି ବ୍ଲକର ୭୫ ଭାଗ ଲୋକଙ୍କୁ ଜଣା ନାହିଁ କହିଲେ କିଛି ଭୁଲ୍ ହେବନାହିଁ। ଖୁଣ୍ଟା ବଜାରରେ ଏକ ଗଳି ମୁଣ୍ଡରେ ଭଡା ଘରେ ରହିଛି ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟ। କାର୍ଯ୍ୟାଳୟ ବାରଣ୍ଡା କାନ୍ଥରେ ଇଂରାଜୀ ଭାଷାରେ ଫଳକ ଲେଖାଯାଇଛି। ଯାହା ଗାଁର ଅଳ୍ପ ପାଠୁଆ ବୁଝିବା ସମ୍ଭବ ହେଉ ନାହିଁ। ତେବେ ଗଳି ମଧ୍ୟରେ ଉକ୍ତ କାର୍ଯ୍ୟାଳୟ ରହିଥିବା ବେଳେ ଜନସାଧାରଣଙ୍କ ଅବଗତି ପାଇଁ ମୁଖ୍ୟ ରାସ୍ତାପାର୍ଶ୍ବରେ ସରକାରୀ କାର୍ଯ୍ୟାଳୟ ବାବଦରେ କାନ୍ଥରେ କିମ୍ବା ସୂଚନା ବୋର୍ଡଟିଏ ଲଗାଯାଇନାହିଁ। ଯାହା ଦ୍ବାରା ସ୍ଥାନୀୟ ଲୋକ ହଇରାଣ ହେଉଛନ୍ତି।

- Advertisement -

ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ରାଜ୍ୟରେ ସରକାରୀ, ବେସରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ସମସ୍ତ ପ୍ରକାର ସୂଚନା ବୋର୍ଡରେ ଓଡିଆରେ ଲେଖାଯିବା ବାଧ୍ୟତାମୂଳକ। ସେଥିରେ ଖିଲାପ କଲେ ଖିଲାପକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ନିୟମ ରହିଛି। ତେବେ ଗୋପବନ୍ଧୁ ନଗର ବ୍ଲକର ଉକ୍ତ କାର୍ଯ୍ୟାଳୟରେ ଓଡିଶାର ମାତୃଭାଷାକୁ ଉପେକ୍ଷା କରାଯାଇଥିବା ବେଳେ ସମ୍ପୃକ୍ତ ବିଭାଗୀୟ ଉଚ୍ଚାଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ନଜରରେ ନପଡିବା ବିଡମ୍ବନାର ବିଷୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories