ଛୁଟିରେ ୩୬୫ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ:୫୦ ବିଦ୍ୟାଳୟରେ ତାଲା, ବନ୍ଦ ରହିଲା ମଧ୍ୟାହ୍ନ ଭୋଜନ

ଖୁଣ୍ଟା: ଖୁଣ୍ଟା ବ୍ଲକର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ୩୬୫ଜଣ ପ୍ରାଥମିକ ଶିକ୍ଷକ ଛୁଟିରେ ରହି ଆନ୍ଦୋଳନକରୁଛନ୍ତି। ଫଳରେ ୫୦ଟି ପ୍ରାଥମିକ ବିଦ୍ୟାଳୟ ସଂପୂର୍ଣ୍ଣ ବନ୍ଦ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ବିଦ୍ୟାଳୟଗୁଡିକରେ ଶିକ୍ଷାଦାନ, ମଧ୍ୟାହ୍ନ ଭୋଜନ ଇତ୍ୟାଦି କାର୍ଯ୍ୟ ମଧ୍ୟ ବନ୍ଦ ରହିଛଇ। ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ଦୋଳନରେ ସାମିଲ ହୋଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଆସୁଥିବା ବେଳେ ବୁଧବାର ପର୍ଯ୍ୟନ୍ତ କୌଣସି ଶିକ୍ଷାନୁଷ୍ଠାନ ବନ୍ଦ ହୋଇନଥିଲା। ଗୁରୁବାର ୩୬୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଛୁଟିରେ ରହିଥିବା ବେଳେ ବ୍ଲକର ମୋଟ ୧୨୬ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୫୦ଟି ବିଦ୍ୟାଳୟ ବନ୍ଦ ରହିଛି ବୋଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବୃନ୍ଦାବନ ମାରାଣ୍ଡି ସୂଚନା ଦେଇଛନ୍ତି। ଗୁରୁବାର ବହୁ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି।

kalyan agarbati

Comments are closed.