www.samajalive.in
Sunday, December 7, 2025
18.1 C
Bhubaneswar

ବଦଳି କଥା ବୁଝୁଛନ୍ତି ସୁପଭାଇଜର; ଡାକ୍ତରଙ୍କ ଡେପୁଟେସନ ବାତିଲ ହେବ

ଖୁଣ୍ଟା : ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାର ପ୍ରାପ୍ତ ଡାକ୍ତରଙ୍କୁ ବିବାଦୀୟ ପରିସ୍ଥିତିରେ ଡପୁଟେସନରେ ବଦଳି କରାଯାଇଥିବା ନେଇ ଗତ ୨୮ ତାରିଖରେ ନିର୍ଦେଶ ଜାରି କରାଯାଇଥିବା ବେଳେ ଏବେ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କର ଡେପୁଟେସନ ବାତିଲ କରାଯିବାକୁ ସବୁ ବ୍ୟବସ୍ଥା ହୋଇଥିବା ‘ସାମଜ’ କୁ ସୂଚନା ମିଳିଛି। ଆଉ ତାଙ୍କର ବଦଳି ପାଇଁ ସିଏଚସିରେ ନିଜ କାମ ଛାଡି କିରାଣୀ କାମ କରୁଥିବା ଜଣେ ସୁପରଭାଇଜର ପୂରା ଦମ ଲଗାଇଦେଇଛନ୍ତି। ଘଟଣାରୁ ପ୍ରକାଶଯେ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ତଥା ମେଡିକାଲ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ଡାକ୍ତର ଦିଲିପ ଜେନାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସ୍ଥାନୀୟ ଜନ ସାଧାରଣ ତାଙ୍କ ପ୍ରତିବଦଳରେ କେହି ଜଣେ ବରିଷ୍ଠ ଡାକ୍ତରଙ୍କୁ ଡାକ୍ତରଖାନାର ଦାୟିତ୍ୱ ଦେବା ପାଇଁ ପୂର୍ବରୁ ଏସଡିଏମଓ ଡା. ଶିବାନନ୍ଦ ମହାନ୍ତିଙ୍କ ଜରିଆରେ ମୟୂରଭଞ୍ଜ ସିଡିଏମଓଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଖୁଣ୍ଟା ସିଏଚସିର କର୍ମଚାରୀ ମାନଙ୍କ ମଧ୍ୟରେ ଭିନ୍ନଭିନ୍ନ କାରଣକୁ ନେଇ ଭିତରେ ଭିତରେ ଅସନ୍ତୋଷ କହୁଳୁଥିଲା। ନିକଟରେ ଏକ ଅପ୍ରିତିକର ପରିସ୍ଥିତି କ୍ରମେ ଦିଲିପ ଜେନା ଭାରପ୍ରପ୍ତ ଦାୟୀତ୍ୱରୁ ଓହରିଯିବାକୁ ନିଜ ଆଡୁ ଲିଖିତ ଭାବେ ଜଣେଇଥିଲେ। ସିଡିଏମଓଙ୍କ ଗତ ୨୮-୯-୨୦୨୦ ତାରିଖ ନିଦେର୍ଶନାମା ନଂ୬୯୩୩ରେ ଦିଲିପ ଜେନାଙ୍କୁ ସାରସକଣା ବ୍ଲକର ଶୀର୍ସା ସିଏଚସିକୁ ଡେପୁଟେସନରେ ଯିବାକୁ ନିର୍ଦେଶ ଦିଆଯାଇଥିଲା। ତେବେ ଏହା ଭିତରେ ଭାଜପାର ଜଣେ ସ୍ଥାନୀୟ କର୍ମକର୍ତ୍ତାଙ୍କ ସହୟତାରେ ଡାକ୍ତଖାନାର ସମ୍ପୃକ୍ତ ପ୍ରଭାଶାଳୀ ସୁପରଭାଇଜର ନିଜତର ପ୍ରଭାବ ବିସ୍ତାର କରି ଉକ୍ତ ଡେପୁଟେସନ ଅର୍ଡରକୁ ବାତିଲ କରାଯିବା ପାଇଁ ବାରିପଦାରେ ନିଜର କଳବଳ ପ୍ରୟୋଗ କରି ଫେରିଥିବା ଜଣା ପଡିଛି। କଥା ସେତିକିରେ ଅଟକିନି, ସେତିକି ବେଳେ କୋଭିଡ ଓ ନିଜର ବ୍ୟକ୍ତିଗତ ସମସ୍ୟା ଥିବା ଦର୍ଶାଇ ସିଏଚସିର ଭାରପ୍ରାପ୍ତ ଅଧିକାରୀ ଦାୟୀତ୍ୱ ବହନ କରିବାକୁ ଅନ୍ୟ ଦୁଇ ଜଣ ମହିଳା ଡାକ୍ତର ଅସମ୍ମତି ପ୍ରକାଶ କଲେ। ଜଣେ ଡକ୍ତର ଦାୟୀତ୍ୱରୁ ଓହରିଯିବାକୁ ଲିଖିତ ଭାବେ ନିଜ ଆଡୁ ଜଣେଇଥିବା ବେଳେ କେଉଁ ସ୍ୱାର୍ଥରେ ତଥାକଥିତ କିରାଣୀ ସାଜି ଥିବା ସୁପରଭାଇଜର ସିଡିଏମଓଙ୍କ ଦ୍ୱାରା ଜାରି ଡେପୁଟେସନ ନିର୍ଦେଶକୁ ବାତିଲ କରିବାକୁ ପ୍ରୟାସ ଚଳେଇଛନ୍ତି ତାହା ତାଙ୍କୁ ସନ୍ଦେହ ଘେରକୁ ଟାଣି ନେଇଯାଇଛି। ସିଏଚସିର ୪ଟି ବିଶେଷଜ୍ଞ ଡାକ୍ତର ପଦ ଦୀର୍ଘ ବର୍ଷ ଧରି ଖାଲି ପଡିଥିବା ବେଳେ ସେଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆଜିଯାଏ ଦୃଷ୍ଟି ପଡିଲା ନାହିଁ। ମାତ୍ର ସିଡିଏମଓଙ୍କ ଦ୍ୱାରା ଜାରି ଏକ ନିର୍ଦେଶକୁ ନାଟକୀୟ ଭାବେ ଦୁଇ ଦିନ ମଧ୍ୟରେ ବଦଳେଇ ଦିଆଯିବାକୁ ସବୁ ପଦକ୍ଷେପ ନିଆ ସରିଥିବା ବେଳେ ନୂଆ ନିର୍ଦେଶନାମା ଜାରି ହେବା ଅପେକ୍ଷାରେ ରହିଛି। ସିଡିଏମଓ ଏବେ ଡକ୍ତରଙ୍କୁ ସମ୍ଭାଳିବେ ନା ସୁପରଭାଇଜରକୁ ସେ ନେଇ ଚର୍ଚ୍ଚା ଚାଲିଛି। ଏହି ବଦଳି ନାଟକ ବାବଦରେ ଜଣା ପଡିବା ପରେ ତାହାକୁ ଖୁଣ୍ଟା ଅଞ୍ଚଳର ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories