www.samajalive.in
Saturday, December 6, 2025
16.1 C
Bhubaneswar

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା : ରଗ୍‌ବୀ ସେମିରେ କିଟ୍‌

କଟକ  : ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ଭାରତୀୟ ବିଶ୍ବବିଦ୍ୟାଳୟ ସଂଘର ମିଳିତ ସହଯୋଗରେ ଉତ୍ତରପ୍ରଦେଶରେ ଚାଲିଥିବା ତୃତୀୟ ଖେଲୋ ଇଣ୍ଡିଆ​‌ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ ବିଶ୍ବବିଦ୍ୟାଳୟ ପୁରୁଷ ଓ ମହିଳା ରଗ୍‌ବୀ ଦଳ ସେମିଫାଇନାଲରେ ପହଞ୍ଚିଛନ୍ତି। ଗୁରୁବାର ପୁରୁଷ ରଗ୍‌ବୀର ୩ୟ ଲିଗ୍‌ ମ୍ୟାଚରେ କିଟ୍‌ ବିଶ୍ବବିଦ୍ୟାଳୟ ୪୦-୦ରେ ଶିବାଜୀ ବିଶ୍ବବିଦ୍ୟାଳୟ କୋହ୍ଲାପୁରକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପହଞ୍ଚିଥିଲା। କ୍ବାର୍ଟର ଫାଇନାଲରେ କିଟ୍‌ ୨୨-୫ରେ କାଲିକଟ୍‌ ବିଶ୍ବବିଦ୍ୟାଳୟକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ କିଟ୍‌ ଲଭଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟ ପଞ୍ଜାବକୁ ଭେଟିବ। ମହିଳା ବର୍ଗ ଶେଷ ଲିଗ୍‌ ମ୍ୟାଚରେ କିଟ୍‌ ବିଶ୍ବବିଦ୍ୟାଳୟ ୩୬-୫ରେ ଶିବାଜୀ ବିଶ୍ବବିଦ୍ୟାଳୟ କୋହ୍ଲାପୁରକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପହଞ୍ଚିଥିଲା। କ୍ବାର୍ଟର ଫାଇନାଲରେ ୨୦-୦ରେ କିସ୍‌ ବିଶ୍ବବିଦ୍ୟାଳୟକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ କିଟ୍‌ ଶିବାଜୀ ବିଶ୍ବବିଦ୍ୟାଳୟ କୋହ୍ଲାପୁରକୁ ଭେଟିବ। ମହିଳା ଟେନିସରେ କିଟ୍‌ ୩-୦ରେ ମହର୍ଷୀ ଦୟାନନ୍ଦ ବିଶ୍ବବିଦ୍ୟାଳୟ ରୋହତକ୍‌କୁ ପରାସ୍ତ କରିଛି। ମହିଳା ଫୁଟବଲରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଥମ ମ୍ୟାଚରେ ୦-୨ ଗୋଲରେ ଜିଏନ୍‌ଡିୟୁ ଅମୃତସର ନିକଟରୁ ପରାଜିତ ହୋଇଛି। ସେମିଫାଇନାଲରେ ପ୍ରବେଶ କରିଥିବା କିଟ୍‌ ପୁରୁଷ ମହିଳା ରଗ୍‌ବୀ ଦଳ ସହ କିଟ୍‌ ଟେନିସ ଦଳକୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇବା ସହ ଆଗାମୀ ମ୍ୟାଚର ସଫଳତା କାମନା କରିଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories