www.samajalive.in
Saturday, December 6, 2025
16.1 C
Bhubaneswar

ମନରେଗା ଯୋଜନା : ମେସିନ୍‌‌ ଖୋଳୁଛି ପୋଖରୀ

ଦେବଗଡ଼ : ଗ୍ରାମାଂଚଳର ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ କେନ୍ଦ୍ର ସରକାର ସମଗ୍ର ଦେଶରେ କାର୍ଯ୍ୟକାରୀ କରୁଛନ୍ତି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା। ମାତ୍ର କେତେକ ଅସାଧୁଙ୍କ ପାଇଁ ରାଜ୍ୟର ଅନ୍ୟତମ ଅନୁନ୍ନତ ତଥା ଶ୍ରମିକ ବହୁଳ ଦେବଗଡ ଜିଲ୍ଲାରେ ଏହି ଯୋଜନା ପ୍ରହଶନରେ ପରିଣତ ହୋଇଛି ବୋଲି ଅଭିଯୋଗ ହୋଇଛି।
ଏହି କ୍ରମରେ ଦେବଗଡ ଜିଲାର ବାରକୋଟ ବ୍ଲକ ଦଣ୍ଡାସିଂହା ଗ୍ରାମ ପଂଚାୟତ ସଦର ମହକୁମାରେ ଚାଲିଥିବା ଦଣ୍ଡାସିଂହା ପିଟା କଟାର ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି। ସରକାରୀ ନୀତି ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ କେବେ କେବେ ଦିନ ବେଳେ ତ ଆଉ କେବେ କେବେ ରାତ୍ରୀ ସମୟରେ ଶ୍ରମିକ ବଦଳରେ ମେସିନ୍‌‌ ବ୍ୟବହାର କରାଯାଇ ଦଣ୍ଡାସିଂହା ପିଟା କଟାର ଉନ୍ନତି କରଣ କରାଯାଉଥିବା ଦେଖିବାକୁ ମିଳୁଛିି।
ମିଳିଥିବା ସୂଚନା ଅନୁଯାୟୀ ବିଗତ ୧୫ ବର୍ଷ ମଧ୍ୟରେ ପାଖାପାଖି ଏକ କୋଟି ଟଙ୍କା ବ୍ୟୟ କରାଯାଇଥିବା ଉପରୋକ୍ତ ଦଣ୍ଡାସିଂହା ପିଟା କଟା (ପୋଖରୀ)ର ଉନ୍ନତିକରଣ ନିମନ୍ତେ ସରକାର ମନରେଗା ଯୋଜନାରୁ ୨୦୨୨-୨୩ ଆର୍ଥୀକ ବର୍ଷରେ ମୋଟ ୫ ଲକ୍ଷ ଟଙ୍କା ମଂଜୁର କରିଥିଲେ। ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ଶ୍ରମିକ ମାନଙ୍କ ଦ୍ୱାରା ଉକ୍ତ କଟା (ପୋଖରୀ)ର ଉନ୍ନତିକରଣ କରାଯିବା କଥା। ମାତ୍ର ବିଡମ୍ବନାର ବିଷୟ ଏହା ଯେ, ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରି ଦିନ ଦ୍ୱିପ୍ରହରେ ମାଟିଖୋଳା ମେସିନ୍‌‌ ସାହାଯ୍ୟରେ ଏହି ଉନ୍ନତି କରଣ କାର୍ଯ୍ୟ କରାଯାଉଛି। ଫଳରେ କାମଧନ୍ଦା ଅଭାବରୁ ହାତବାନ୍ଧି ବସିଥିବା ଶ୍ରମିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ନୈରାଶ୍ୟ ଭାବ ପ୍ରକାଶ ପାଇଛି।
ଉକ୍ତ ମନରେଗା କାର୍ଯ୍ୟରେ ଶ୍ରମିକ ବଦଳରେ ମ୍ୟାସିନ ବ୍ୟବହାର ସମ୍ପର୍କରେ ଶ୍ରମିକ ମାନେ ଗ୍ରାମ ରୋଜଗାର ସହାୟକ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଂଚଳବାସୀ ଅଭିଯୋଗ କରୁଛନ୍ତି। ତେବେ ଏ ସମ୍ପର୍କରେ ମତାମତ ପାଇଁ ଦଣ୍ଡାସିଂହା ଗ୍ରାମ ପଂଚାୟତର ଗ୍ରାମ ରୋଜଗାର ସହାୟକ ସଚ୍ଚିଦାନନ୍ଦ ବେହେରାଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।
ସେହିପରି ପଂଚାୟତ ନିର୍ବାହୀ ଅଧିକାରୀ ନୀଳକଣ୍ଠ ପ୍ରଧାନଙ୍କ ମତାମତ ଲୋଡିବାରୁ ମେସିନ୍‌‌ରେ କାମ ହେଉଥିବା ନେଇ ତାଙ୍କ ନିକଟରେ କୌଣସି ସୂଚନା ନଥିବା ଉତର ଦେଇଛନ୍ତି। ଏନେଇ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କଲ୍ୟାଣୀ ସେଠୀଙ୍କ ମତାମତ ଲୋଡିବାରୁ ଉକ୍ତ କାର୍ଯ୍ୟରେ ମେସିନ୍‌‌ ବ୍ୟବହାର ହେଉଥିବା ପୂର୍ବରୁ ଅଭିଯୋଗ ହେବାରୁ ମଷ୍ଟର ରୋଲ ପ୍ରସ୍ତୁତ କରାଯାଇନଥିବା ପ୍ରକାଶ କରିବାସହ ପୁଣିଥରେ ଯଦି ମେସିନ୍‌‌ ବ୍ୟବହାର ହେଉଥାଏ ତେବେ ଟଙ୍କାଟିଏ  ବିଲ୍ କରାଯିବ ନାହିଁ ବୋଲି ଉତର ଦେଇଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ସାହୁଙ୍କ ମତାମତ ଲୋଡିବାରୁ ପୋଖରୀ ଉନ୍ନତିକରଣ କାର୍ଯ୍ୟରେ ଯଦି ମେସିନ୍‌‌ ବ୍ୟବହାର କରାଯାଉଥାଏ ତେବେ ଏବାବଦରେ କୌଣସି ପ୍ରାପ୍ୟ ପ୍ରଦାନ କରାଯିବ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।  ଦିନ ରାତି ମେସିନ୍‌‌ ସହାୟତାରେ ମନରେଗା କାର୍ଯ୍ୟ କରାଯାଉଥିବାରୁ ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି। ଅନ୍ୟ ପକ୍ଷରେ କାମ ଧନ୍ଦା ଅଭାବରୁ ଜିଲ୍ଲାର ଶହଶହ ଶ୍ରମିକ କାମଧନ୍ଦା ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଉଛନ୍ତି। ଏଣୁ ଦେବଗଡ ଜିଲ୍ଲାପାଳ ନିଜେ ଏ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।

 

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories