ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଫାଟକକୁ ଧକ୍କା ଦେଲା କାର୍‌

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଡାଉନିଂ ଷ୍ଟ୍ରିଟ୍‌ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାଭବନର ମୁଖ୍ୟ ଫାଟକକୁ ଗୁରୁବାର ଏକ କାର୍‌ ଧକ୍କା ଦେଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ଡାଉନିଂ ଷ୍ଟ୍ରିଟ୍‌ର ରାସ୍ତାରେ ଗାଡି ଚଳାଚଳ ବନ୍ଦ କରାଯିବା ସହିତ ଘଟଣାର ତଦନ୍ତ ଚାଲିଛି । ଦିନକ ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ ବାହାର ବାରିକେଡକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଟ୍ରକ ଚାଳକ ଜଣଙ୍କ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା କହିଥିଲେ। ତେଣୁ ଡାଉନିଂ ଷ୍ଟ୍ରିଟ୍ ଘଟଣାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି ।

Comments are closed.