www.samajalive.in
Wednesday, December 10, 2025
26.1 C
Bhubaneswar

ସନ୍ତରଣରେ ଜ୍ୟୋତି, ଆର୍ଯ୍ୟାଙ୍କୁ ୪ ପଦକ

ଭୁବନେଶ୍ବର : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ସନ୍ତରଣରେ ଚମକ ଦେଖାଇଛନ୍ତି ସାବିତ୍ରୀ ବାଇ ପୁଣେ ବିଶ୍ବବିଦ୍ୟାଳୟର ଛାତ୍ରୀ ଆର୍ଯ୍ୟା ରାଜଗୁରୁ। ସେ ମହିଳା ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ରୌପ୍ୟ ଓ ବଟର ଫ୍ଳାଏରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଆର୍ଯ୍ୟା କୁହନ୍ତି, ବିଦ୍ୟାଳୟରେ ପଢିବା ସମୟରୁ ପରିବାରର ପ୍ରୋତ୍ସାହନରେ ସନ୍ତରଣ କ୍ରୀଡ଼ାକୁ ଆପଣାଇଥିଲି।
ଏବେ ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି। ଜାତୀୟସ୍ତରରେ ଏକାଧିକ ପଦକ ହାସଲ କରିଛି। ଅନ୍ତର୍ଜାତୀୟସ୍ତରରେ ପ୍ରତିନିଧିତ୍ବ କରିଥିଲେ ମଧ୍ୟ ସଫଳତା ପାଇନାହିଁ। ପ୍ରଥମତଃ ଅନ୍ତର୍ଜାତୀୟସ୍ତରରେ ସଫଳତା ନେଇ ପ୍ରଥମ ଲକ୍ଷ୍ୟ ରହିଛି ବୋଲି ଆର୍ଯ୍ୟା କହିଛନ୍ତି। ସେହିପରି ମୁମ୍ବଇ ବିଶ୍ବବିଦ୍ୟାଳୟର ସନ୍ତରଣ ଯୋଡ଼ି ଜ୍ୟୋତି ଓ ଆରତୀଙ୍କ ଚମକ ମଧ୍ୟ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଦେଖିବାକୁ ମିଳିଛି। ଜ୍ୟୋତି ପ୍ରତିଯୋଗିତାରେ ମୋଟ ୪ଟି ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ସେ ମହିଳା ୧୦୦ ମିଟର ବ୍ୟାକଷ୍ଟ୍ରୋକ୍‌ରେ ସ୍ବର୍ଣ୍ଣ, ବଟର ଫ୍ଳାଏ ରେ ରୌପ୍ୟ , ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ରୌପ୍ୟ ଓ ବଟର ଫ୍ଳାଏରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉପରେ ମୋର ନଜର ରହିଛି ବୋଲି ଜ୍ୟୋତି କହିଛନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories