www.samajalive.in
Wednesday, December 10, 2025
23.1 C
Bhubaneswar

ଆକର୍ଷଣ ପାଲଟିଛନ୍ତି ୬ ଫୁଟ ୯ ଇଞ୍ଚ୍‌ ଉଚ୍ଚ ବାସ୍କେଟ୍‌ବଲ ଖେଳାଳି ସହଜ

ଭୁବନେଶ୍ବର : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଅନ୍ୟତମ ଆକର୍ଷଣ ପାଲଟିଛନ୍ତି ଜୈନ ବିଶ୍ବବିଦ୍ୟାଳୟ କର୍ଣ୍ଣାଟକର ସହଜ୍‌ ପଟେଲ। ବରୋଦାରେ ଜନ୍ମିତ ଏହି ଖେଳାଳି ୬ ଫୁଟ୍‌ ଓ ୯ ଇଞ୍ଚର ଉଚ୍ଚତା ସହ ପ୍ରତିଯୋଗିତ​‌ାରେ ସବୁଠାରୁ ଡେଙ୍ଗା ଖେଳାଳି ରୂପେ ବିବେଚିତ ହୋଇଛନ୍ତି। ଜୈନ ବିଶ୍ବବିଦ୍ୟାଳୟରେ ବାଣିଜ୍ୟରେ ମାଷ୍ଟର ଡିଗ୍ରୀ କରୁଥିବା ସହଜ୍‌ କୁହନ୍ତି, ୧୮ ବର୍ଷ ବୟସରେ କଲେଜରେ ପାଠ ପଢିବା ପରେ ବିଳମ୍ବରେ ବାସ୍କେଟବଲ ଖେଳିବାକୁ ମନ ବଳାଇଥିଲି। ବାସ୍କେଟବଲ ଖେଳିବାର ଏଥିମଧ୍ୟରେ ୪ ବର୍ଷ ହୋଇଗଲାଣି। ଖେଳିବାକୁ ନେଇ ମୋ ପରିବାର ଖୁସି ନଥିଲେ କି ମୋ ନିଷ୍ପତ୍ତିରେ ସହମତ ନ ଥିଲେ। କିନ୍ତୁ ସମୟ କ୍ରମେ ସେମାନେ ବୁଝି ଯାଇଥିଲେ। ଏବେ ମୋ ଖେଳକୁ ନେଇ ପରିବାର ବହୁତ ଖୁସି ବୋଲି ସହଜ୍‌ କହିଛନ୍ତି। ଗୁଜରାଟ ତରଫରୁ ଜାତୀୟ ପ୍ରତିଯୋଗିତାରେ ଖେଳିବା ସମୟରେ ଜାତୀୟ ମନୋନୟନକର୍ତ୍ତାଙ୍କ ନଜରକୁ ଆସିିଥିଲି। ପରେ ପରେ ସାଫ୍‌ କ୍ରୀଡ଼ାରେ ଭାରତ ପାଇଁ ଖେଳି ନିଜର ପ୍ରଥମ ସ୍ବପ୍ନକୁ ପୂରଣ କରିଥିଲି ବୋଲି ସହଜ୍‌ କହିଛନ୍ତି। ନିୟମିତ ଭାବେ ଭାରତ ପାଇଁ ଖେଳିବା ମୋର ଲକ୍ଷ୍ୟ ରହିଛି। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଭାରତ ସରକାରଙ୍କ ଏକ ବୃହତ କ୍ରୀଡ଼ା ଅଟେ। ସରକାର ଏଭଳି ପ୍ରତିଯୋଗିତା ଆୟୋଜନ କରି କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଆଗକୁ ଏଭଳି ଉଦ୍ୟମ ସରକାର ଜାରି ରଖିବା ନେଇ ଆଶାବାଦୀ ବୋଲି ସହଜ୍‌ କହିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories