www.samajalive.in
Wednesday, December 10, 2025
23.1 C
Bhubaneswar

ମୀନାକ୍ଷିଙ୍କ ଆତ୍ମାହୁତି ଘଟଣା : ଆଇଜି ସ୍ତରୀୟ ତଦନ୍ତ ନିର୍ଦେଶ

କଟକ : ପୁଲିସ ନିକଟରୁ ନ୍ୟାୟ ନପାଇ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ବ୍ରହ୍ମପୁରଏସ୍‌ପି ଅଫିସ୍‌ ପରିସରରେ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା​‌। ରାଜ୍ୟରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ପୁଲିସର କାର୍ଯ୍ୟଧାରା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାକୁ ଡିଜିପି ଅଭୟ ଗୁରୁତ୍ବର ସହ ନେଇ ମାମଲାର ଆଇଜି ସ୍ତରୀୟ ତଦନ୍ତ ଲାଗି ସୋମବାର ନିର୍ଦେଶ ଦେଇଛନ୍ତି। ଆଇଜି(ଆଧୁନିକୀକରଣ) ରେଖା ଲୋହାନୀଙ୍କୁ ମାମଲାର ତଦନ୍ତ ଭାର ଦିଆଯାଇଛି। ସେ ଘଟଣାସ୍ଥଳକୁ ଯାଇ ସିସି ଟିଭି ଯାଞ୍ଚ କରିବା ସହ ଲୋକଙ୍କ ମତାମତ ଲୋଡିବା ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏହାର ଟିକ୍‌ନିକ୍‌ ଯାଞ୍ଚ କରିବେ। ଏଥିସହ ବ୍ରହ୍ମପୁର ଏସ୍‌ପି ଓ ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟ ପଚରା ଉଚରା କରିବା ପରେ ରିପୋର୍ଟ ପ୍ରଦାନ କରିବେ।
ସୂଚନାଥାଉକି, ବ୍ରହ୍ମପୁର ଇଞ୍ଜିନିୟରିଂ ଛକ ପଣ୍ଡା କାଲୋନୀର ପୁଅକୁ ବୈଦ୍ୟନାଥପୁର ପୁଲିସ ମିଛ ମାମଲାରେ ଫସାଇ ଦେଇଥିବା ମୀନାକ୍ଷୀ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ନ୍ୟାୟ ପାଇଁ ବହୁବାର ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ। ନ୍ୟାୟ ନ ପାଇଲେ ସେଠାରେ ଆତ୍ମହୁତି ଦେବାକୁ ମଧ୍ୟ ପୂର୍ବରୁ ସେ ଚେତାବନୀ ଦେଇଥିଲେ। ୧୨ରେ ନିଜ ସମସ୍ୟା ନେଇ ସେ ପୁଣି ଥରେ ବ୍ରହ୍ମପୁର ଏସ୍‌ପିଙ୍କୁ ଭେଟିବାକୁ ଯାଇଥିଲେ। ଏସ୍‌ପି ବ୍ୟସ୍ତ ଥିବାରୁ ମୀନାକ୍ଷୀଙ୍କ ସହ ଭେଟ ହୋଇପାରି ନଥିଲା। ଏଥିରେ ମର୍ମାହତ ହୋଇ ସେ ସାଙ୍ଗରେ ନେଇଥିବା କିରାସିନି ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ। ସେ ହୁତୁହୁତୁ ହୋଇ ଜଳୁଥିବା ବେଳେ କିଛି କର୍ମଚାରୀ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲକୁ ନେଇଥିଲେ। ତାଙ୍କର ଶରୀରର ୮୦ ଭାଗ ଜଳି ଯାଇଥିଲା। ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏସ୍‌ସିବି ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୯ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ୨୦ ତାରିଖ​‌େ​‌ର ତାଙ୍କର ମୃତ୍ୟୁ ଘଟିଥିଲା। ଏସ୍‌ପି ଅଫିସ୍‌ ପରିସରରେ ସିସି ଟିଭି କ୍ୟାମେରା ରହିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ସମୟରେ କେହି କିପରି ଜାଣି ପାରିଲେ ନାହିଁ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏପରିକି ପୁଲିସର କାର୍ଯ୍ୟଧାରାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories