ଖଲ୍ଲିକୋଟ : ଦୀର୍ଘ ୭୦ ବର୍ଷ ର ପୁରାତନ ଦୁର୍ଗା ମେଢ଼ ଯାତ୍ରା ଦେଖିବା କୁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମିଛି। ପାରମ୍ପରିକ ଦୁର୍ଗା ପୂଜା ବାଦ ଯାତ୍ରା ପାଇଁ ଖଲ୍ଲିକୋଟ ସହର ଉତ୍ସବ ମୁଖର ହୋଇଉଠିଛି। ଧରାକୋଟ ସାହି ଓ ବଡ଼ଦାଣ୍ଡ ସାହି ଦୁଇଟି ପୂଜା ମଣ୍ଡପ ରେ ଦୁର୍ଗା ପୂଜା ଅନୁଷ୍ଠିତ ହେଉଛି। ଭିନ୍ନ ଭିନ୍ନ ତରିକା ରେ ଆଲୋକ ସଜ୍ଜା , ମେଢ଼ , ବାଣ ଘଣ୍ଟ ବାଦ୍ୟ ଓ ରୋଷଣୀ ରେ ପ୍ରତିଯୋଗିତା ହେଉଥିବାବେଳେ ମାନସିକ ଧାରୀ ମାନେ ବିଭିନ୍ନ ବେଶ ରେ ସହର ପରିକ୍ରମା କରୁଥିବା ଦେଖିବାକୁ ମିଳୁଛି। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁଲିସ୍ ସହର ର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଛି। ଯାତ୍ରା ଉପଲକ୍ଷେ ଉଭୟ ପକ୍ଷ ରାମାୟଣ ନାଟକ ମଞ୍ଚସ୍ଥ କରିଥାନ୍ତି।
Popular Categories



