ଧାନ ବିଲରେ ଗାଈ ଗୋରୁ ଛାଡ଼ିଦେଇ ଫସଲ ନଷ୍ଟ ଘଟଣା; ନ୍ୟାୟ ନ ମିଳିଲେ ଆତ୍ମହୁତି ଧମକ ଦେଲେ ପରିବାର ଲୋକେ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବେନରା ପଞ୍ଚାୟତର ଖଲିବେଡା ଗ୍ରାମରେ ବାସ କରୁଥିବା ଏକ ପରିବାରର ଜଙ୍ଗଲ ଜମିରେ କରିଥିବା ଧାନ ଚାଷକୁ ସ୍ଥାନୀୟ ୩ଟି ଗ୍ରାମର କିଛିଲୋକ ଗାଈଗୋରୁ ଛାଡ଼ିଦେଇ ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ନେଇ ଗତ ୧୨ ସେପ୍ଟେମ୍ବର ତାରିଖରେ ଉମରକୋଟ ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ କିଛି ସାମାନ୍ୟ ଦଫା ଲଗାଇ ଛାଡିଦେଇଥିବା ଅଭିଯୋଗ କରି ଆଜି ଅଭିଯୋଗକାରୀ ପ୍ରମୁଖ ତାଙ୍କର କ୍ଷୟକ୍ଷତି ଘଟାଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିବା ସହ କ୍ଷତିପୂର୍ଣ୍ଣ ସହାୟତା ଯୋଗାଇ ଦିଆନଗଲେ ପରିବାର ସମେତ ବିଲରେ ଆତ୍ମହୁତି ଦେବୁ ବୋଲି ଧମକ ଦେଇଛନ୍ତି। ଏଥିସହ ଆସନ୍ତା କାଲି ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିବୁ ବୋଲି କହିଛନ୍ତି କ୍ଷତି ହୋଇଥିବା ପରିବାର ଲୋକେ।

prayash

ସୂଚନା ମୁତାବକ, ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବେନରା ପଂଚାୟତର ଖଲିବେଡା ଗ୍ରାମରେ ରହୁଥିବା ପରିବାର ଘାସିରାମ ଭତରା ଏବଂ ମଧୁ ଭତରା ଏହି ଦୁଇଟି ପରିବାରରେ ପ୍ରାୟ ୧୫ ରୁ ୨୦ଜଣ ସଦସ୍ୟ ରହୁଥିବା ବେଳେ ଏହି ଦୁଇଟି ପରିବାର ଲୋକେ ଆଜକୁ ୫୦/୬୦ ବର୍ଷରୁ ବାପା ଊର୍ଦ୍ଧ୍ବ ହେବ ବାପା ଅମଳରୁ ନିଜ ଗ୍ରାମରେ ଥିବା ଜଙ୍ଗଲ ଜମିରେ ପ୍ରାୟ ୭ ଏକର ଜମିରେ ଧାନଚାଷ କରି ଆସୁଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୩ ତାରିଖରେ ଖଲିବେଡା, ହୀରାପୁର ଏବଂ ଶଙ୍କରଡ଼ ଗ୍ରାମର ପ୍ରାୟ ୨୦/୨୫ ଲୋକ ଟାଙ୍ଗିଆ, କୁରାଢ଼ୀ ଧରି ଆମମାନଙ୍କୁ ଭୟଭୀତ କରାଇବା ସହ ଶତାଧିକ ଗାଈଗୋରୁଙ୍କୁ ଧାନ ଚାଷ ଜମିରେ ଛାଡ଼ିଦେଇ ସମ୍ପୂର୍ଣ୍ଣ ଧାନ ନଷ୍ଟ କରିଦେଇଥିଲେ। ଏନେଇ ଗତ ସେପ୍ଟେମ୍ବର ମାସ ୧୨ ତାରିଖରେ ଘାସିରାମ ଏବଂ ମଧୁ ଭତରା ଉମରକୋଟ ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବାସହ ୩ଟି ଗ୍ରାମର ଜିତୁ କଲାର (୦୨) ମହେଶ କଲାର (୩) ପୂର୍ଣ୍ଣ କଲାର (୦୪) ଦେବ ଭତରା, (୦୫) ଲଛିମ ଭତରା (୬) ଗୋପି ଗଣ୍ଡ (୦୭) ପର୍ଶୁ ଗଣ୍ଡ (୮) ସୁରୁଦାସ ଭତରା ଏବଂ (୦୯) ରେଲ ଗଣ୍ଡଙ୍କ ନାମରେ ପୋଲିସ ସେମାନଙ୍କ ବିରୁଦ୍ଧରେ କେଶ ନଂ ୩୫୭ ଧାରା ୨୯୪/୫୦୬/୩୪ ରେ ମୋକଧ୍ୟମା ରୁଜୁ କରିଥିଲା। କିନ୍ତୁ ସେମାନଙ୍କ ବର୍ଷ ସାରାର କମେଇକୁ ଏକାବେଳେ ନଷ୍ଟ କରିଦେଇଥିବା ଯୋଗୁଁ କଣ ଖାଇ ବଞ୍ଚିବୁ ବୋଲି କହିଛନ୍ତି ଦୁଇଟି ପରିବାର ଲୋକେ। ଦୁଇଟି ପରିବାର ଲୋକେ ବର୍ଷ ସାରା ଜମିରେ ଖଟି ଧାନ ଚାଷ କରି ପରିବାର ଚଳେଇ ଆସୁଥିବା ବେଳେ ବର୍ତମାନ ଧାନ ଅମଳ ପାଇଁ ଆଉ କିଛି ଦିନ ଥିବାବେଳେ ଶହ ଶହ ସଂଖ୍ୟାରେ ଗାଈ ଗୋରୁ ଛାଡି ଆମର ଫସଲ ନଷ୍ଟ କରିଦେଇଛନ୍ତି। ତେଣୁ ଆମର କ୍ଷତି ପୂରଣ ନ ମିଳିଲେ ସପରିବାର ସହ ବିଲରେ ଆତ୍ମହୁତି ଦେବୁ ବୋଲି ଆଜି ଗଣମାଧ୍ୟମ ଆଗରେ ଘାସିରାମ ଏବଂ ମଧୁ ଭତରା ପ୍ରମୁଖ ଚେତାବନୀ ଦେଇଛନ୍ତି। ଆସନ୍ତାକାଲି ନବରଙ୍ଗପୁର ଏସପିଙ୍କୁ ଭେଟି ଏ ବିଷୟରେ ଜଣାଇବୁ ବୋଲି କହିଛନ୍ତି ।

kalyan agarbati

Comments are closed.