www.samajalive.in
Tuesday, December 9, 2025
16.1 C
Bhubaneswar

ରାଶି, ଖଜୁରୀ ଲଡୁ

ଆବଶ୍ୟକ ସାମଗ୍ରୀ :

ଖଜୁରୀ – ୧କପ

- Advertisement -

ନଡିଆ – ଫାଳେ

ଘିଅ – ଆବଶ୍ୟକ ଅନୁଯାୟୀ

କାଜୁ – ଆବଶ୍ୟକ ଅନୁଯାୟୀ

ବାଦାମ – ଆବଶ୍ୟକ ଅନୁଯାୟୀ

ରାଶି – ଆବଶ୍ୟକ ଅନୁଯାୟୀ

ଗୁଜୁରାତି – ୪ରୁ ୫ଟି

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଖଜରୀକୁ ଧୋଇ ଶୁଖାଇ ଦିଅନ୍ତୁ। ତାପ​‌ରେ ଖଜୁରୀରୁ ମଞ୍ଜିକୁ କାଢି ଛୋଟ ଛୋଟ କରି କାଟି ଦିଅନ୍ତୁ। କାଜୁକୁ ମଧ୍ୟ ଛୋଟ ଛୋଟ କରି କାଟି ଦିଅନ୍ତୁ। ତାପରେ ନଡିଆକୁ କାଟି ତାକୁ ପେଷି ଦିଅନ୍ତୁ। ବାଦାମକୁ ପେଷି ଗୁଣ୍ଡ କରି ଦିଅନ୍ତୁ। ତାପରେ ଖଜୁରୀ ଓ ପାଣି ମିଶାଇ ଅଳ୍ପ ପେଷି ଦିଅନ୍ତୁ।

ଗ୍ୟାସରେ କଡେଇ ବସାନ୍ତୁ। କଡେଇରେ ତେଲ ପକାଇ ରାଶିକୁ ଅଳ୍ପ ଭାଜନ୍ତୁ। ତାକୁ ମଧ୍ୟ ଗୁଣ୍ଡ କରି ଦିଅନ୍ତୁ। ପୁନଶ୍ଚ କଡେଇ ବସାଇ ଗରମ କରି ସେଥିରେ ପେଷି ଥିବା ଖଜୁରୀକୁ ପକାଇ କିଛି ସମୟ ଘାଣ୍ଟନ୍ତୁ। ଖଜୁରୀ ନରମ ହୋଇ ଆସିବା ପରେ ସେଥିରେ ନଡିଆ ପେଷା, କାଜୁ ଓ ଗୁଜୁରାତି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ମିଶ୍ରଣଟିକୁ ଏକ ବଡ ପାତ୍ରକୁ କାଢି ଦିଅନ୍ତୁ। ତା ଉପରେ ରାଶି ଗୁଣ୍ଡକୁ ପକାଇ ଦିଅନ୍ତୁ। ମିଶ୍ରଣଟିକୁ ହାଲୁକା ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତାପରେ ହାତରେ ଘିଅ ଲଗାଇ ତାହାକୁ ଛୋଟ ଛୋଟ ଲଡୁ ଆକୃତିର କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ରାଶି, ଖଜୁରୀ ଲଡୁ।

ରାଶି, ଖଜୁରୀ ଲଡୁକୁ ଶୀତ ଦିନେ ଖାଇବା ଉଚିତ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories