ଗିନିଜ୍ ରେକର୍ଡ୍ସରେ ୮ମିଟର ଲମ୍ବା ଚାବି

କେବଳ ରେକର୍ଡ ଲକ୍ଷ୍ୟରେ ହିଁ ଆମେରିକାର ଇଲିଓନିସ୍‌ନିବାସୀ ଜିମ୍ ବୋଲିନ୍ ବିଶ୍ବର ସବୁଠୁ ଲମ୍ବା ଚାବିର କାମ ଆରମ୍ଭ କରିଥିଲେ। ସେପ୍ଟେମ୍ବର ୨୮, ୨୦୧୯ରେ ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସ୍‌‌ରେ ଏହା ସ୍ଥାନ ପାଇବା ସହ ଏଥରକ ସବୁଠୁ ବଡ଼ ତାଲା କରିବାର ଲକ୍ଷ୍ୟ ବୋଲି ସେ କହିଥିଲେ। ୮.୫୮ମିଟର ଲମ୍ବାର ଏହି ଚାବିର ଓଜନ ୧୫୦ କିଲୋ। ଅଢ଼େଇ ମାସ ଦୁଇ ସହଯୋଗୀଙ୍କ ସହାୟତା ନେଇ ଜିମ୍ ଏହି ଲମ୍ବା ଚାବି ତିଆରି କରିଥଲେ। ଚାବି ତିଆରି ପାଇଁ ଆନୁମାନିକ ୧୦ ଲକ୍ଷ ଟଙ୍କାର ବଜେଟ୍‌ ସେ ତିଆରି କଲେ। ଏତେ ଟଙ୍କା ନଥିବାରୁ ଶେଷରେ ସେ ନିଜର ପତ୍ନୀଙ୍କ ଗହଣା ବିକ୍ରି କରି କିଛି ଟଙ୍କା ଜମା କଲେ। ପରେ ସେଠାକାର ଜଣେ ଧନୀ ବ୍ୟକ୍ତିଙ୍କୁ ସୁଧହାରରେ ଟଙ୍କା ଧାର ମାଗିଥିଲେ। ଜିମ୍‌‌‌‌ଙ୍କର ଲକ୍ଷ୍ୟ ସମ୍ପର୍କରେ ଅବଗତ ହେବା ପରେ ସେହି ଧନୀ ବ୍ୟକ୍ତିଜଣକ ବିନା ସୁଧରେ ଟଙ୍କା ଦେବାକୁ ରାଜି ହୋଇଥିଲେ। ନିଜ ସଫଳତାର ଶ୍ରେୟ ଅନ୍ୟମାନଙ୍କର ସହାନୁଭୂତି ବୋଲି ଜିମ୍‌ କହିବାକୁ ପଛାଇ ନାହାନ୍ତି।

Comments are closed.