www.samajalive.in
Monday, December 15, 2025
24.1 C
Bhubaneswar

ହାତୀ ଡରରେ ମଞ୍ଚାରେ କାଟୁଥିଲେ ରାତି, ପ୍ରବଳ ଥଣ୍ଡାରେ ୨ଜୁଆଙ୍ଗ ମୃତ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁରର ପଡ଼ା ଗ୍ରାମ କୁଲାଡେରା ଆଦିମ ଜୁଆଙ୍ଗ ଅଧ୍ୟୁଷିତ ଗ୍ରାମରେ ୮ ଦିନରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ଥଣ୍ଡାରେ ସେମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତକ ଦ୍ବୟ ହେଲେ ଜାନୁ ଜୁଆଙ୍ଗ(୫୩) ଓ ନାରଣ ଜୁଆଙ୍ଗ(୭୫)ବୋଲି ଜଣାପଡିଛି।
ପ୍ରବଳ ଥଣ୍ଡା ହେଉଥିଲେ ମଧ୍ୟ ରାତିରେ ମ‌‍ଞ୍ଚା ଉପରେ ଜଗି ରହି ନିଜ ଲୋକ ତଥା ଫସଲକୁ ହାତୀ ଉପଦ୍ରବରୁ ବଞ୍ଚାଇବା ପାଇଁ  ରାତି ଅନିଦ୍ରା ରହି ଜଗୁଥିଲେ। ପ୍ରବଳ ଥଣ୍ଡାରେ ରାତ୍ରି ଜଗୁଆଳୀ ସାଜି ଲୋକଙ୍କ ସୁରକ୍ଷା ଦେବା ତାଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଥିଲା। ଜାନୁ ଜୁଆଙ୍ଗଙ୍କର ୮ଦିନ ତଳେ ମୃତ୍ୟୁ ଘଟିଥିବା ବେଳେ ନାରଣ ଜୁଆଙ୍ଗଙ୍କର ଗତ ରାତି ମୃତ୍ୟୁ ଘଟିଛି। ଏହି ଆଦିମ ଜନଜାତିଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କମ୍ବଳ ବଣ୍ଟନ କରାଯିବା ସହ ହାତୀ ଉପଦ୍ରବରୁ ରକ୍ଷା  ପାଇବା ପାଇଁ ବନବିଭାଗ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories