ବନ୍ଧୁକ ମୁନରେ ଦମ୍ପତିଙ୍କ ଠାରୁ ସୁନା ହାରଲୁଟ, ଦେଶୀ ବନ୍ଧୁକ ସହ ଜଣେ ଗିରଫ

କେଶଦୁରାପାଳ :  ବନ୍ଧୁକ ମୁନରେ ଦମ୍ପତିଙ୍କ ଠାରୁ ସୁନା ହାରଲୁଟ ଘଟଣାରେ ଘଷିପୁରା ପୁଲିସ୍ ଜଣକୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଜବତ କରିଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଗତ ୨୯/୩ ତା ରିଖରେ ଘଟଗାଁ ଥାନା ଅନ୍ତର୍ଗତ ସାନ ନୂଆଗାଁ ଗ୍ରାମର ବିଜୟ ଜୟ କୁମାର ସାହୁଙ୍କ ପୁଅ ନିଗମ ପ୍ରସାଦ ସାହୁ ଓ ତାଙ୍କ ପତ୍ନୀ ଲଛମାରାଣୀ ସାହୁ। ଏକ ସ୍କଟି ଯୋଗେ ନିଜ ଭଉଣୀ ଘର ଶନିମେଳା ପାଇଁ ଟୋଲଙ୍କ ପଡା ଗ୍ରାମକୁ ଆସୁଥିବା ବେଳେ ୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲା ଘଷିପୁରା ଥାନା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଛକ ନିକଟରେ ହଠାତ୍ ପଲସର ବାଇକରେ ୩ ଜଣ ଦୁର୍ବୁତ ଆସିଥିଲେ । ବନ୍ଧୁକ ମୁନରେ ଦୁର୍ବୃତମାନେ ସେମାନଙ୍କଠାରୁ ସୁନାହାର ଲୁଟ କରିଥିଲେ। ପ୍ରଥମେ ନିଗମଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରେ ମାରିଦେବା ପାଇଁ ଧମକ ଦେବା ସହ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ଏହାପରେ  ୮ ଲକ୍ଷ ଟଙ୍କାର ସୁନା ହାର, ମଙ୍ଗଳସୂତ୍ର କାନଫୁଲ,  ଅଳଙ୍କାର ଜବରଦସ୍ତ ଲୁଟିନେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରଛନ୍ତି।

ଏନେଇ ଘଷିପୁରା ଥାନାରେ ନିଗମ ପ୍ରସାଦ ସାହୁ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଥିବା ସିସି ଟିଭିକୁ ପୁଲିସ ଯାଞ୍ଚ କରିବା ସହିତ ଅନୁସନ୍ଧାନ ଚଳାଇଥିଲ। ଗତକାଲି କେନ୍ଦୁଝର ଜିଲା ଅନ୍ତର୍ଗତ ବାମେବାରି ଥାନା ଧନୁର୍ଜୟ ପୁର ଗ୍ରାମର ତନୁ ଧୀବରଙ୍କ ପୁଅ ଚୌଧୁରୀ ଧୀବର (୨୪)କୁ ଗୀରଫ କରିଛି।ସହ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ଅପରାଧୀକୁ କୋର୍ଟ ଚାଲାଣ କରାଯାଇଥିବା ଘଷିପୁରା ଥାନା ଅଧିକାରୀ ସୁନିଲ କୁମାର କର ସୂଚନା ଦେଇଛନ୍ତି।

Comments are closed.