କେଶଦୁରାପାଳ : ଯୁବ କବି ଚତୁର୍ଭୁଜ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମା’ ଅମ୍ବିକା ବିଶ୍ବ କଲ୍ୟାଣ ସାହିତ୍ୟ ସଂସଦ, କୁପାରି, ପକ୍ଷରୁ ବାଲେଶ୍ବରର ୩୧-ତମ ସାମ୍ବତ୍ସରିକ ସମାରୋହରେ ଆନନ୍ଦପୁରର ଯୁବକବି ଚତୁର୍ଭୁଜ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।ଏହି ଅବସରରେ ସମାରୋହର ମୁଖ୍ୟ ଅତିଥି ଜଳେଶ୍ବରର ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ବାଳ, ସମ୍ମାନିତ ଅତିଥି କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟ, ଜଗାଇ, ବାଲିଆପାଳର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଦୟାନିଧି ସାହୁ, ମୁଖ୍ୟ ବକ୍ତା ଓଡ଼ିଆ ସାହିତ୍ୟ ଏକାଡେମୀ ପୁରଷ୍କୃତ କବି ବ୍ରଜେନ୍ଦ୍ରନାଥ ଗିରି, ସମ୍ମାନିତ ବକ୍ତା ସଭାପତି ଖଇରା ସାହିତ୍ୟ ସଂସଦ ମାୟାଧର ନାୟକ ଯୁବକବି ଶ୍ରୀ ଜେନାଙ୍କୁ ଉପଢୌକନ ସହ ମାନପତ୍ର ଏବଂ ପଦକ ପ୍ରଦାନ କରି ସମ୍ବର୍ଦ୍ଧିତ କରି ଅଛନ୍ତି ।
Popular Categories



