www.samajalive.in
Saturday, December 6, 2025
17.1 C
Bhubaneswar

ବାସି ବିରିୟାନୀ ଖାଇ ୭ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି 

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ଏବଂ ଖୁଣ୍ଟୁଣୀ ଥାନା ଅଧିନ ଡାଳୁଆ ଗ୍ରାମ ଅଧିନ ବାଉଁଶ ଟାଙ୍ଗର ଗ୍ରାମରେ ବାସି ବିରିୟାନୀ ଖାଇ ଗୋଟିଏ ପରିବାରର ୭ଜଣ ଅସୁସ୍ଥ ହୋଇ ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ନିଜ ଘରେ ପ୍ରସ୍ତୁତ ୩ ଦିନ ପୂର୍ବର ବିରିୟାନୀ ଖାଇ ସେହି ଗ୍ରାମର ତପନ କୁମାର ଭୁଜବଳ, ବ୍ରହ୍ମାନନ୍ଦ ଭୁଜବଳ, ସଞ୍ଜିତା ଭୁଜବଳ, ସନ୍ଦିପ ଭୁଜବଳ, ସରିତା ଭୁଜବଳ, ଆଶିଷ ଓ ଆଦିତ୍ୟ ଭୁଜବଳ ଅସୁସ୍ଥ ହୋଇ ପଡିଥିଲେ। ଖବର ପାଇ ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ଯାଇ ଅସୁସ୍ଥଙ୍କୁ ପ୍ରାଥମିକ ଚିକିତ୍ସା କରିବା ସହ ତାଙ୍କ ଘର ଚତୁଃପାଶ୍ୱର୍ ବିଶୋଧନ କରିବା ସହ ଆବଶ୍ୟକୀୟ ଔଷଧପତ୍ର ଦେଇଥିଲେ।
ତେବେ ସଂପୃକ୍ତ ୭ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ନସୁଧୁରିବାରୁ ସନ୍ଧ୍ୟାରେ ସେମାନଙ୍କୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି। କଟକ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବଟକୃଷ୍ଣ ମହଲାଙ୍କ ସମେତ ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସ ଓ ଅନ୍ୟମାନେ ବାଉଁଶଟାଙ୍ଗର ଗ୍ରାମ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିବା ସହ ଆଠଗଡ ଡାକ୍ତରଖାନାରେ ଚିକିତ୍ସାଧିନ ୭ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ। ରିପୋର୍ଟ ଲେଖାହେବା ବେଳକୁ ଚିକିତ୍ସାଧିନ ୭ଜଣଙ୍କର ଅବସ୍ଥା ସୁଧୁରିଥିବା ବେଳେ ସେମାନେ ବିପଦମୁକ୍ତ ଥିବା ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସୁତ୍ରରୁ ପ୍ରକାଶ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories