ବୁଡୁଣୀ ଗ୍ରାମରେ ମୈତ୍ରୀ ମେଳା
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶ୍ୱ।ଲି ପଞ୍ଚାୟତର ନିୟମଗିରି ପାହାଡରେ ବସବାସ କରୁଥିବା ବୁଡୁଣୀ ଗ୍ରାମରେ ଜିଲା ପୁଲିସ ପକ୍ଷରୁ ମୈତ୍ରୀ ମେଳା ଅନୁଷ୍ଠିତ ହୋଇଛି । ଏହି ମେଳାରେ ଜିଲା ଆରକ୍ଷୀ ଅଧିକାରୀ ବିବେକାନନ୍ଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପାର୍ଶ୍ୱ।ଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ବାମ କାଡ୍ରାକା ,ଏସ ଡିପିଓ ରଶ୍ମିରଞ୍ଜନ ସେନାପତି , ଥାନା ଅଧିକାରୀଣୀ ସୁମନ୍ତି ମହାନ୍ତି , ଡାକ୍ତର ଅର୍ଣ୍ଣପୁର୍ଣ୍ଣ। ତାଣ୍ଡି ,ଡାକ୍ତର ଅନୁଭବ ସାହୁ ମଞ୍ଚ।ସିନ ରହିଥିଲେ। ଜିଲା ପୁଲିସ ପକ୍ଷରୁ ନିୟମଗିରି ଡଙ୍ଗରିଆ ପାଇଁ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଦୁଇ ଜଣ ଡାକ୍ତର ପ୍ରାୟ ୬୦ଜଣ ମହିଳାପୁରୁଷଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ଦେଇଥିଲେ। ପାଠ ପଢୁ ଥିବା ଡ଼ଙ୍ଗରିଆ ଛାତ୍ରଛାତ୍ରୀ ମାନଙ୍କୁ ଖାତା, କଲମ, ପେନସିଲ, ରବର, କମ୍ପାସ, ସ୍କୁଲ ବ୍ୟାଗ୍ , ପାଣିବୋତଲ ଦେଇଥିବା ବେଳେ ବୁଢ଼ୀ ଓ ମହିଳାଙ୍କୁ ଶାଢ଼ୀ ,ପୁରୁଷମାନଙ୍କୁ ଛତା, ମଶାରୀ, କମ୍ବଳ, ଲାଇଟ ଦେବା ସହ ବାଜା ସେଟ ଦେଇଥିଲେ । ଏଥିରେ ଯୁବକମାନଙ୍କୁ ନେଇ ଭଲିବଲ ମ୍ୟାଚ କରାଯାଇଥିଲା । ଏଥିରେ ବିଜୟୀ ଦଳକୁ ଟ୍ରଫି ସହ ଡ୍ରେସ ଓ ଉପ ବିଜେତାଙ୍କୁ ଟ୍ରଫି ସହ ଡ୍ରେସ ଜିଲା ପୁଲିସ ତରଫରୁ ମାଗଣାରେ ପ୍ରଦାନ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିୟମଗିରି ଡଙ୍ଗରିଆ କନ୍ଧ ଓ ପୁଲିସ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା। ଦୁର୍ଗମ ଓ ନିୟମଗିରି ବାସୀ ପୁଲିସକୁ ଭୟ ନ କରି ସେମାନଙ୍କ ସହିତ ମିଶିବା ଓ ସେମାନଙ୍କ ସମସ୍ୟା ପୁଲିସକୁ ଜଣାଇବା ପାଇଁ ଅତିଥି ମାନେ ମତ ଦେଇଥିଲେ । ଉକ୍ତ ଅଞ୍ଚଳ ମାଓ ପ୍ରବଣ ହୋଇଥିବାରୁ ଯଵାନ ମାନେ ଛାଉଣୀ ହୋଇ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ଆସିଷ୍ଟାଣ୍ଡ କମାଡେଣ୍ଟ ଲକ୍ଷ୍ମୀନାରାୟଣ ମାଝୀ , ଆର ଆଇ କବିବର ଦେଉରୁ ,ସ୍ଥାନୀୟ ଏସ ଆଇ ସଞ୍ଜୟ କୁମାର ମୁର୍ମୁ , ଫାର୍ମାସିଷ୍ଟ ସାଲିମ ଶବର ସମେତ ଜିଲା ଓ ସ୍ଥାନୀୟ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ।
Comments are closed.