www.samajalive.in
Saturday, December 6, 2025
17.1 C
Bhubaneswar

ବଢିଲା ଚିତାସଂଖ୍ୟା: କୁନୋରେ ଶାବକ ଜନ୍ମକଲା ନାମିବୀୟ ଚିତା ‘ଜ୍ବାଳା’

ନୂଆଦିଲ୍ଲୀ: ଚିତା ପ୍ରୋଜେକ୍ଟକୁ ଖୁସି ଖବର ମିଳିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଚିତା ଜ୍ବାଲା ୩ଟି ଛୁଆକୁ ଜନ୍ମ ଦେଇଛି। ଏ ନେଇ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ସୂଚନା ଦେଇଛନ୍ତି। ଟ୍ବିଟ୍ କରି ଏହାର ଭିଡିଓ ବି ପୋଷ୍ଟ କରାଯାଇଛି। ଯେଉଁଥିରେ ୩ଟି ଚିତା ଶାବକ ମାଆ ଜ୍ବାଲା ପାଖରେ ଖେଳୁଥିବା ଦେଖିବାକୁ ମିଳିଛି। ଏହାର କିଛି ସପ୍ତାହ ପୂର୍ବରୁ ‘ଆଶା’ ନାମ୍ନୀ ଆଉ ଏକ ନାମିବୀୟ ଚିତା ମଧ୍ୟ ଶାବକ ଜନ୍ମ କରିଥିଲା। ଧୀରେ ଧୀରେ ନବଜାତକଙ୍କ ସଂଖ୍ୟା ବଢିଥିଲେ ବି ପ୍ରତିକୂଳ ପାଗ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଏକାଧିକ ଚିତାଙ୍କ ମୃତ୍ୟୁ ଘଟିଥିଲା। ଜାନୁଆରୀ ୧୬ ତାରିଖରେ ଚିତା ସୌରୀୟର ମୃତ୍ୟୁ ହୋଇଥିଲା। ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଥିଲା।ଏବଂ ଏହାପରେ ଆଉ ୩ଟି ଚିତା ଛୁଆଙ୍କୁ ଜନ୍ମ ଖୁସି ଖବର ଆଣିଦେଇଛି। ତେବେ ୨୦୨୨ ସେପ୍ଟେମ୍ବର ୨୨ ତାରିଖରେ ଆଫ୍ରିକା ନାମିବ୍ୟାରୁ ୮ଟି ଚିତାକୁ ଭାରତକୁ ଅଣାଯାଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories