କେରଳରୁ ଆସିଥିବା ଯବାନଙ୍କ ମୃତ୍ୟୁ; ‘ନିପା’ ସନ୍ଦେହ

0

କଲକାତା : କେରଳରୁ ଆସିଥିବା ଜଣେ ଯବାନ ସିନୁ ପ୍ରସାଦଙ୍କର କଲକାତାରେ ପରଲୋକ ଘଟିଛି। କେରଳର ଫୋର୍ଟ ୱିଲିୟମଠାରେ କାର୍ଯ୍ୟରତ ସିନୁ ଅସୁସ୍ଥ ଅବସ୍ଥାରେ କଲକାତା ଆସିଥିବାରୁ ସେ ‘ନିପା’ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ତାଙ୍କର ରକ୍ତ ପରୀକ୍ଷା ପାଇଁ ପୁଣେ ପଠାଯାଇଛି। ସିନୁ କଲକାତାର ଏକ ଡାକ୍ତରଖାନାରେ ଗତ ୨୦ତାରିଖରେ ଭର୍ତ୍ତି ହୋଇଥିଲେ। ତାଙ୍କଠାରେ ନିପା ଭୂତାଣୁ ସଂକ୍ରମଣର ଲକ୍ଷ୍ୟଣ ଲକ୍ଷ୍ୟ କରାଯାଇଥିଲା।

Leave A Reply