ଆରବ ସାଗରରେ ଲଘୁଚାପ: କେରଳରେ ହାଇ ଆଲର୍ଟ
ତିରୁଅନନ୍ତପୁରମ୍ : ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ କେରଳରେ ଘୂର୍ଣ୍ଣିଝଡ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ଦୁଇଦିନ ମଧ୍ୟରେ ଲଘୁଚାପ ଅଧିକ ଘନିଭୂତ ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଝଡବର୍ଷା ହେବାର ଆଶଙ୍କା ରହିଛି। ତିନିମାସ ତଳେ କେରଳ ଉପକୂଳରେ ହୋଇଥିବା ଘୂର୍ଣ୍ଣିଝଡ ଆଖି ବ୍ୟାପକ କ୍ଷୟକ୍ଷତି କରିଥିଲା। ଲଘୁଚାପଟି ଏବେ ତିରୁଅନନ୍ତପୁରମର ଦକ୍ଷିଣ-ପଶ୍ଚିମକୁ ୩୯୦ କିମି ଦୂରରେ ରହିଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି।