www.samajalive.in
Monday, December 15, 2025
15.1 C
Bhubaneswar

କେରଳ ମତ୍ସ୍ୟଜୀବୀଙ୍କୁ ସମ୍ମାନିତ କରିବେ ସରକାର

ତିରୁଭାନନ୍ତପୁରମ୍‍: କେରଳ ବନ୍ୟା ପରେ ରିଲିଫ୍‍ କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା କେରଳର ମତ୍ସ୍ୟଜୀବୀଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ସମ୍ମାନିତ କରିବା ସହିତ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରତି ମତ୍ସ୍ୟଜୀବୀଙ୍କୁ ଦୈନିକ ୩୦୦୦ ଟଙ୍କା ସହିତ ନୂଆ ବୋଟ୍‍ ଓ ଇନ୍ଧନ ଯୋଗାଇ ଦିଆଯିବ।
ଚଳିତ ବନ୍ୟାରେ ପାଣିର ସ୍ରୋତ ଏତେ ପ୍ରଖର ରହିଛି ଯେ ସାଧାରଣ ବୋଟ୍‍ ମଧ୍ୟ ନିୟନ୍ତ୍ରଣ ହରାଇ ଭାସିଯିବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ କେବଳ ଫିସିଂ ବୋଟ୍‍ ହିଁ କାର୍ଯ୍ୟ କରିପାରିବ। ମତ୍ସ୍ୟଜୀବୀମାନେ ପାଣିପାଗର ପ୍ରତିକୂଳ ପରିସ୍ଥିତିରେ କାମ କରିବାରେ ସୁଦକ୍ଷ ଥିବାରୁ ସେମାନେ ରିଲିଫ୍‍ କାର୍ଯ୍ୟକୁ ସହଜରେ କରିପାରୁଛନ୍ତି। ଅନେକ ସଙ୍କଟଜନକ ସ୍ଥିତିରେ ଏନ୍‍ଡିଆରଏଫ୍‍ ଟିମ୍‍ ମତ୍ସ୍ୟଜୀବୀମାନଙ୍କ ସହାୟତା ନେଇଛନ୍ତି। ମତ୍ସ୍ୟଜୀବୀମାନେ ନିଜ ଖର୍ଚ୍ଚରେ ସେମାନଙ୍କ ବୋଟ୍‍ ଓ ଇନ୍ଧନ ବ୍ୟବହାର କରୁଛନ୍ତି। ସର୍ବାଧିକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ସହଜରେ ଓ ଶୀଘ୍ର ଯିବା ପାଇଁ ମାଳ ମାଳ ଟ୍ରକ୍‍ରେ ନୌକା ବୁହା ହେଉଛି। ଏହି ପରିବହନ ଖର୍ଚ୍ଚ ମଧ୍ୟ ମତ୍ସ୍ୟଜୀବୀମାନେ ନିଜେ ବହନ କରିଛନ୍ତି। ତେଣୁ ସେମାନଙ୍କ ସହାୟତା, ଅବଦାନ ଓ କର୍ତ୍ତବ୍ୟ ନିଷ୍ଠା ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବନ୍ୟା ସଙ୍କଟ ଟଳିବା ପରେ ରିଲିଫରେ ସାମିଲ୍‍ ଥିବା ମତ୍ସ୍ୟଜୀବୀଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନିତ କରାଯିବ। ମୁଖ୍ୟମନ୍ତ୍ରୀ ପି ବିଜୟନ୍‍ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories