www.samajalive.in
Monday, December 15, 2025
26.1 C
Bhubaneswar

କେରଳ: ରାଜ୍ୟପାଳଙ୍କୁ କୁଳାଧିପତି ପଦରୁ ହଟାଇବା ଲାଗି ଆଇନ ସଂଶୋଧନ

ତିରୁଅନନ୍ତପୁରମ୍‌: ପିନାରାଇ ବିଜୟନଙ୍କ ନେତୃତ୍ବ କେରଳ ସରକାର ଓ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ମତଭେଦ ଲାଗି ରହିଛି। ଏହି କ୍ରମରେ ରାଜ୍ୟପାଳଙ୍କୁ ବିଶ୍ବବିଦ୍ୟାଳୟ କୁଳାଧିପତି ପଦରୁ ହଟାଇବା ଲାଗି ରାଜ୍ୟ ସରକାର ଆଇନରେ ସଂଶୋଧନ କରିଛନ୍ତି। ଗୁରୁବାର କେରଳ ରାଜ୍ୟ କ୍ୟାବିନେଟ୍‌ରେ ଗୃହୀତ ଅଧ୍ୟାଦେଶ ଅନୁଯାୟୀ ରାଜ୍ୟପାଳ ଏଣିକି ଆଉ କେରଳ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳାଧିପତି ପଦରେ ରହିବେ ନାହିଁ। ରାଜ୍ୟପାଳଙ୍କ ସ୍ଥାନରେ କଳା ଓ ସଂସ୍କୃତି କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ କୁଳାଧିପତି ପଦରେ ଅବସ୍ଥାନ କରିବାକୁ ରାଜ୍ୟ ପଦକ୍ଷେପ ନେବେ। ରାଜ୍ୟ ବିଶ୍ବବିଦ୍ୟାଳୟର କାର୍ଯ୍ୟ ପରିଚାଳନାରେ ରାଜ୍ୟପାଳ ନିୟମିତ ହସ୍ତକ୍ଷେପ କରିଆସୁଥିବାବେଳେ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ବିଶେଷକରି ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି କ୍ଷେତ୍ରରେ ରାଜ୍ୟପାଳ ରାଜ୍ୟ ସରକାରଙ୍କ ସୁପାରିସକୁ ରାଜ୍ୟପାଳ ଉପେକ୍ଷା କରିଆସୁଥିଲେ। ଫଳରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ତିକ୍ତ ହୋଇଥିଲା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories