www.samajalive.in
Monday, December 8, 2025
24.1 C
Bhubaneswar

ବୁଲି ଆସନ୍ତୁ କେଓଲାଦେଓ ପକ୍ଷୀ ଅଭୟାରଣ୍ୟ

ରାଜସ୍ଥାନର ଭରତପୁର ଜିଲା ସ୍ଥିତ ପକ୍ଷୀ ଅଭୟାରଣ୍ୟ ଅତୀବ ମନୋରମ। ଏହାକୁ କେଓଲାଦେଓ ପକ୍ଷୀ ଅଭୟାରଣ୍ୟ ମଧ୍ୟ କୁହାଯାଏ। ରଙ୍ଗବେରଙ୍ଗର ପକ୍ଷୀମାନଙ୍କୁ ଦେଖିବା ଓ ତାଙ୍କ ବିଷୟରେ ଜାଣିବା ପାଇଁ ପ୍ରତ୍ୟେକ ବର୍ଷ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଶୀତଦିନ ଆସିବା ମାତ୍ରେ ଏଠାକୁ ପ୍ରବାସୀ ପକ୍ଷୀମାନଙ୍କର ଆଗମନୀ ହୋଇଥାଏ। ଏଠାରେ ୩୦୦ ରୁ ଊର୍ଦ୍ଧ୍ବ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। କେଓଲାଦେଓ ଭାରତର ସବୁଠାରୁ ବଡ଼ ପକ୍ଷୀ ବିହାର। ଏହାକୁ ୧୯୮୨ ମସିହାରେ ରାଷ୍ଟ୍ରୀୟ ଉଦ୍ୟାନ ଓ ୧୯୮୫ ରେ ୟୁନେସ୍କୋ ଦ୍ୱାରା ବିଶ୍ୱ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦିଆଯାଇଥିଲା।
ଅଭୟାରଣ୍ୟର ଇତିହାସ :
ଏହା ପ୍ରକୃତି ଦ୍ୱାରା ପରିବେଷ୍ଟିତ ହୋଇଥିବାରୁ ବର୍ଷା ଦିନେ ଏଠାରେ ବାରମ୍ବାର ବନ୍ୟା ଆସିଥାଏ। ସେଥିପାଇଁ ଭରତପୁର ଶାସକ ମହାରାଜା ସୁରଜମଲ ନିଜ ଶାସନ କାଳରେ ଏଠାରେ ଏକ ବନ୍ଧ ନିର୍ମାଣ କରାଇଥିଲେ। ଯାହା ଦୁଇ ନଦୀ ଗମ୍ଭୀରୀ ଓ ବାଣଗଙ୍ଗାର ସଙ୍ଗମ ସ୍ଥଳରେ ନିର୍ମାଣ କରାଯାଇଥିଲା। ସଂରକ୍ଷିତ ଅରଣ୍ୟ କ୍ଷେତ୍ର ଭାବେ ଘୋଷିତ ହେବା ପୂର୍ବରୁ ୧୮୫୦ ମସିହାରେ କେଓଲାଦେଓର ଅଞ୍ଚଳ ଭରତପୁର ରାଜାମାନଙ୍କର ଆପଣା ଶିକାର କ୍ଷେତ୍ର ଥିଲା। ଇଂରେଜ ଶାସନ ସମୟରେ ବହୁ ବଡ଼ଲାଟ୍‍ ଓ ପ୍ରଶାସକମାନେ ଏଠାରେ ହଜାର ହଜାର ସଂଖ୍ୟାର ପକ୍ଷୀ ହତ୍ୟା କରୁଥିଲେ।
ଆଖପାଖର ପର୍ଯ୍ୟଟନ ସ୍ଥାନ :
ଏହାର ଆଖପାଖରେ ବହୁ ପର୍ଯ୍ୟଟନ ସ୍ଥାନ ରହିଛି ଯେପରିକି, ଡ଼ୀଗ୍‍ ପ୍ରାସାଦ, ଲକ୍ଷ୍ମଣ ମନ୍ଦିର ଓ ଗଙ୍ଗା ମନ୍ଦିର।
କେଉଁ ସମୟରେ ଯିବେ :
ଏମିତିରେ ଏଠାକୁ ସବୁ ସମୟରେ ଯାଇପାରିବେ। ହେଲେ ଘରୋଇ ପକ୍ଷୀମାନଙ୍କୁ ଦେଖିବା ପାଇଁ ଅଗଷ୍ଟ ରୁ ନଭେମ୍ବର ମାସ ଓ ବିଦେଶୀ ପକ୍ଷୀମାନଙ୍କୁ ଦେଖିବା ପାଇଁ ଅକ୍ଟୋବର ରୁ ଫେବୃଆରୀ ମାସ ପର୍ଯ୍ୟନ୍ତର ସମୟ ଉତ୍କୃଷ୍ଟ ହୋଇଥାଏ।
କିପରି ଯିବେ :
ଆକାଶ ମାର୍ଗ – ଆଗ୍ରା ଏଠାକାର ସବୁଠାରୁ ନିକଟତର ବିମାନବନ୍ଦର। ଏହା ଭରତପୁର ଠାରୁ ୫୬ କି.ମି. ଦୂର ଓ ପ୍ରାୟ ସବୁ ବଡ଼ ସହର ଯେପରିକି ଦିଲ୍ଲୀ, ମୁମ୍ବଇ, ଲକ୍ଷ୍ନୌ ଆଦି ସହ ସଂଯୁକ୍ତ ହୋଇଛି।
ରେଳ ମାର୍ଗ – ଭରତପୁର ଠାରୁ କିମ୍ବା ସୱାଇ ମାଧୋପୁର, କୋଟା ଓ ଆଗ୍ରାରେ ପହଞ୍ଚି ଏଠାକୁ ଯାଇହେବ।
ସଡ଼କ ମାର୍ଗ – ରାଜସ୍ଥାନ ଓ ଆଖପାଖ ସ୍ଥାନମାନଙ୍କରୁ ଏଠାକୁ ବସ୍‍ ର ସୁବିଧା ରହିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories