www.samajalive.in
Wednesday, December 10, 2025
26.1 C
Bhubaneswar

ମନ୍ଥର ଅଭିବୃଦ୍ଧି ପାଇଁ ବିମୁଦ୍ରାକରଣ ନୁହେଁ, ରାଜନ୍‍ଙ୍କ ନୀତି ଦାୟୀ: ରାଜୀବ

ନୂଆଦିଲ୍ଲୀ: ଦେଶର ମନ୍ଥର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍‍ ରାଜନ୍‍ଙ୍କ ନୀତିକୁ ଦାୟୀ କରିଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ବିମୁଦ୍ରାକରଣ ଓ ତରବରିଆ ଜିଏସ୍‍ଟି ଯୋଗୁଁ ଅର୍ଥନୀତି ଦୁର୍ବଳ ହୋଇପଡ଼ିଥିବା ଲଗାତାର ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ରାଜୀବ ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି।
ସୋମବାର ଏକ ସାକ୍ଷାତକାର ଅବସରରେ ରାଜୀବ କହଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ନୀତି ନୁହେଁ ବରଂ ରଘୁରାମ ରାଜନ୍‍ଙ୍କ ନୀତି ଯୋଗୁଁ ହିଁ ଦେଶର ଅର୍ଥନୀତି ଦୁର୍ବଳ ହୋଇଛି। ରାଜନ ଯେଉଁ ନୀତି ଗ୍ରହଣ କରିଥିଲେ ତାହାର ପ୍ରଭାବ ବିମୁଦ୍ରାକରଣ ଓ ତାହାର ପରବର୍ତ୍ତୀ ସମୟରେ ଅନୁଭୂତ ହୋଇଥିଲା। ବିଶେଷକରି ରାଜନ୍‍ଙ୍କ ଏନ୍‍ପିଏ ନୀତି ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଥିଲା। କାରଣ ୨୦୧୫-୧୬ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରୁ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସର ଧାରା ଆରମ୍ଭ ହୋଇସାରିଥିଲା। ୨୦୧୭ରେ ବ୍ୟାଙ୍କ ଏନ୍‍ପିଏ ୪ ଲକ୍ଷ କୋଟି ଟଙ୍କା ଥିବା ବେଳେ ରାଜନ୍‍ଙ୍କ କାର୍ଯ୍ୟକାଳରେ ତାହା ବୃଦ୍ଧି ପାଇ ୧୦.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଋଣ ଅଭିବୃଦ୍ଧି ହାର ୧ ପ୍ରତିଶତ ଏପରିକି ବିଯୁକ୍ତାତ୍ମକ ଅଙ୍କକୁ ହ୍ରାସ ପାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories