www.samajalive.in
Wednesday, December 10, 2025
26.1 C
Bhubaneswar

ଆର୍ମି କ୍ୟାମ୍ପରେ ମାସାଧିକ କାଳ ରହିଲେ ‘ପଲଟନ୍’ ଦଳ

ବଲିଉଡର ଅନ୍ୟତମ ପ୍ରଖ୍ୟାତ ନିର୍ଦେଶକ ଭାବେ ଜଣାଯାଉଥିବା ଜେ.ପି. ଦତ୍ତ ଯୁଦ୍ଧଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ କରିବାରେ ଖୁବ୍ ଦକ୍ଷ। ୧୯୯୭ରେ ତାଙ୍କ ନିର୍ଦେଶିତ ‘ବର୍ଡର’ ସେସମୟର ସୁପରହିଟ୍ ଚଳଚ୍ଚିତ୍ର ହୋଇଥିବାବେଳେ ୨୦୦୩ରେ ମୁକ୍ତିଲାଭ କରିଥିବା ‘ଏଲଓସି କାରଗିଲ୍’ ମଧ୍ୟ ଦର୍ଶକ ମହଲରେ ପ୍ରଶଂସିତ ହୋଇଥିଲା। ଏକ ଲମ୍ବା ବ୍ୟବଧାନ ପରେ ଜେ.ପିଙ୍କ ନିର୍ଦେଶିତ ‘ପଲଟନ୍’ ଚଳଚ୍ଚିତ୍ର ଶୀଘ୍ର ମୁକ୍ତିଲାଭ ହେବାକୁ ଯାଉଛି। ଏଥିରେ ମୁଖ୍ୟ ଭୂମିକାରେ ଅର୍ଜୁନ ରାମପାଲ, ସୋନୁ ସୁଦ୍, ଗୁରମିତ୍ ଚୌଧୁରୀ, ହର୍ଷବର୍ଦ୍ଧନ ରାଣେ ଓ ସିଦ୍ଧାନ୍ତ କପୁର ଅଭିନୟ କରୁଛନ୍ତି। ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ପୂର୍ବରୁ ନିର୍ଦେଶକ ଚାହିଁଥିଲେ କଳାକାରମାନେ ସୈନ୍ୟବାହିନୀ ସଂସ୍ପର୍ଶରେ ଆସିବା ସହ ସେମାନଙ୍କ ଜୀବନଶୈଳୀ ବାବଦରେ ଅବଗତ ହେବା ଉଚିତ। ଲଦାଖରେ ଏକ ପଞ୍ଚତାରକା ହୋଟେଲ ବୁକିଂ ହୋଇଥିଲା ଚଳଚ୍ଚିତ୍ର ଅଭିନେତାଙ୍କ ନିମନ୍ତେ। ସେଠାରେ ଥିବା ଆର୍ମି କ୍ୟାମ୍ପରେ କିଛି ସମୟ ଅତିବାହିତ କରିବା ପରେ ହୋଟେଲ ଫେରିବାର ଯୋଜନା ଥିଲା ସମସ୍ତ ଅଭିନେତାଙ୍କର। ତେବେ ଆର୍ମି କ୍ୟାମ୍ପରେ ପହଞ୍ଚିବା ପରେ ଅର୍ଜୁନ ରାମପାଲ ମତ ଦେଇଥିଲେ ଚଳଚ୍ଚିତ୍ରର ଚରିତ୍ରକୁ ନିଖୁଣ କରିବା ନିମନ୍ତେ ସେମାନେ ସମସ୍ତେ କିଛିଦିନ ଆର୍ମି କ୍ୟାମ୍ପରେ ରହିଗଲେ ଭଲ ହେବ। ଅନ୍ୟମାନେ ମଧ୍ୟ ତାଙ୍କ କଥାରେ ସମ୍ମତି ଜଣାଇଥିଲେ। ଭାରତୀୟ ସେନାବାହିନୀର କ୍ୟାମ୍ପରେ ସେମାନେ ୧ମାସ ସମୟ ସୈନିକମାନଙ୍କ ସହ ଅତିବାହିତ କରିଥିଲେ। ଲଦାଖରୁ ଆସିବା ପରେ ଅର୍ଜୁନ ଏକ ସାକ୍ଷାତକାରରେ କହିଥିଲେ, ଆମ ଦେଶର ସୈନିକମାନେ ହେଲେ ପ୍ରକୃତ ହିରୋ। ପରଦା ଉପରେ ଆମେ କିମିଆ କରୁଛେ, କିନ୍ତୁ ସେମାନେ ଖୁବ୍ ଥଣ୍ଡା ପରିବେଶରେ ଥାଇ ମଧ୍ୟ ଦିନ-ରାତି ଉଜାଗର ରହି ଦେଶସେବା କରୁଛନ୍ତି। ‘ପଲଟନ୍’ ଚଳଚ୍ଚିତ୍ର ଭାରତ-ଚୀନ୍ ଯୁଦ୍ଧକୁ ନେଇ ନିର୍ମିତ ବୋଲି ନିର୍ଦେଶକ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories