www.samajalive.in
Thursday, December 11, 2025
13.1 C
Bhubaneswar

ଆସୁଛି ଟ୍ବିଟର୍ ର ୨ଟି ନୂଆ ଫିଚର, ଜାଣିହେବ କିଏ ଅଛନ୍ତି ଅନଲାଇନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସକ୍ରିୟ ରହିବା ଏବଂ ଏନେଇ ଅନ୍ୟମାନଙ୍କୁ ସୂଚିତ କରିବା ଦୁଇଟି ଭିନ୍ନ କଥା । ଏବେ ଟ୍ବିଟର୍ ମଧ୍ୟ ଏଭଳି କିଛି ନୂଆ ଫିଚର ନେଇ ଆସୁଛି, ଯାହା ଦ୍ବାରା ଅନ ଲାଇନ୍ ରହିଥିବା ବ୍ୟକ୍ତିଙ୍କ ବିଷୟରେ ଜାଣି ହେବ । ଏପର୍ଯ୍ୟନ୍ତ ଏହି ୨ଟି ଫିଚରର ଶୁଭାରମ୍ଭ ହୋଇ ନାହିଁ, ଏହାର ପରୀକ୍ଷା ଚାଲିଛି । ପ୍ରକୃତରେ ଆପଣ ଅନଲାଇନ୍ ରହିଥିବା ନେଇ ଏହି ଫିଚର ସିଧାସଳଖ ଅନ୍ୟକୁ ଜଣାଇବ ନାହିଁ ।

ମାଇକ୍ରୋ ବ୍ଲଗିଙ୍ଗ ୱେବସାଇଡ ଟ୍ବିଟର୍ର ସିଇଓ ଜ୍ୟାକ୍ ଡାର୍ସି, ଟୁଇଟର ପ୍ରଡକ୍ଟ ମ୍ୟାନେଜର ସାରା ହୈଦରଙ୍କ ଟୁଇଟ୍ କୁ ସେୟାର କରିଛନ୍ତି । ଏଥିରେ ଟ୍ବିଟର୍ ର କିଛି ନୂଆ ଫିଚର ଦେଖିବାକୁ ମିଳିଛି । କିଛି ସ୍କ୍ରିନ୍ ସଟ୍ ରହିଛି, ଯାହାକୁ ଦେଖି ଅନୁମାନ କରାଯାଇ ପାରିବ ଯେ କମ୍ପାନୀ ଟ୍ବିଟର୍ ରେ କରାଯାଇଥିବା ରିପ୍ଲାଏ କମେଣ୍ଟ ଅପ୍ସନ ରହିଛି ।

- Advertisement -

ସାରା ହୈଦର ତାଙ୍କ ଟ୍ବିଟର୍ ରେ କହିଛନ୍ତି ଯେ, ପ୍ରେଜେନ୍ସ ରହିବା ଏକ ଷ୍ଟାଟସ ଇଣ୍ଡିକେଟର ଏବଂ ଏହା ଆପଣଙ୍କ ପ୍ରୋଫାଇଲ ଫଟୋ ଉପରେ ଏକ ଗ୍ରୀନ୍ ଡଟ୍ ରହିବ, ଯାହାର ଅର୍ଥ ହେଉଛି ଆପଣ ଅନ ଲାଇନ୍ ରହିଛନ୍ତି ।

ଏଠାରେ ଆପଣଙ୍କୁ କହି ରଖୁଛି ଯେ, ଫେସବୁକ୍ ଏବଂ ଇଷ୍ଟଗ୍ରାମରେ ଏଭଳି ଫିଚର ପୂର୍ବରୁ ଉପଲବ୍ଧ ରହିଛି । ଏପରିକି କମେଣ୍ଟସରେ ୟୁଜରଙ୍କ ପ୍ରୋଫାଇଲ ଫଟୋ ଉପରେ ଗ୍ରୀନ୍ ଡଟ୍ ମାଧ୍ୟମରେ ସୂଚିତ କରାଯାଉଛି କି ୟୁଜର ଅନଲାଇନ୍ ଅଛନ୍ତି କି ନାହିଁ । କମେଣ୍ଟସରେ ରିପ୍ଲାଏ କରିବାର ଫିଚର ଫେସବୁକରେ ପୂର୍ବରୁ ଉପଲବ୍ଧ ରହିଛି।

ଏହି ଟ୍ବିଟ୍ ପରେ ଟ୍ବିଟର୍ ୟୁଜର୍ସ ମାନଙ୍କର ଫିଡବ୍ୟାକ୍ ଆସିଛି । କିଛି ଲୋକ ଏହି ଫିଚରକୁ ନେଇ ବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି । ଅନଲାଇନ ଇଣ୍ଡିକେଟର ବନ୍ଦ କରିବା ଭଳି ଫିଚର କିଛି ୟୁଜର୍ସ ଦାବି କରିଛନ୍ତି । ଏହି ଦୁଇ ଫିଚର ସାଧାରଣ ୟୁଜର୍ସଙ୍କ ପାଇଁ କେବେ ଆରମ୍ଭ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories