www.samajalive.in
Monday, December 15, 2025
16.1 C
Bhubaneswar

ବରିଷ୍ଠ କର୍ମଚାରୀ ନେତା ମୁରଲୀ ମିଶ୍ରଙ୍କ ବିୟୋଗରେ ଶୋକ 

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ବରିଷ୍ଠ କର୍ମଚାରୀ ନେତା, ସମାଜସେବୀ ତଥା ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି କେନ୍ଦୁଝର ଶାଖାର ମାର୍ଗଦର୍ଶକ ମୁରଲୀଧର ମିଶ୍ର(୮୨)ଙ୍କର ପରଲୋକ ଘଟିଛି। ବୁଧବାର ସକାଳ ୧୦ଘଟିକାରେ କାଶିପୁରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଶ୍ରୀ ମିଶ୍ରଙ୍କ ବିୟୋଗ ଖବର ପାଇବା ମାତ୍ରେ ବହୁ ଶୁଭେଛୁ, ସହରର ବୁଦ୍ଧିଜୀବୀ ଏବଂ ବିଭିନ୍ନ ସରକାରୀ କର୍ମଚାରୀ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

୧୯୬୧ରେ ଜିଲା ମୁଖ୍ୟ ପଶୁ ଚିକିତ୍ସାଳୟରେ କିରାଣୀ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରି ୨୦୦୦ରେ ମୟୁରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ପଶୁ ଚିକିତ୍ସାଳୟରୁ ମୁଖ୍ୟ କିରାଣୀ ଭାବେ ଅବସର ଗ୍ରହଣ କରିଥିଲେ। ଅବସର ପରେ ମଧ୍ୟ ସେ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ସଂଘ ଗଠନ କରି କର୍ମଚାରୀଙ୍କ ହକ୍‌‌ ପାଇଁ ଲଢ଼େଇ ଜାରି ରଖିବା ସହ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି କେନ୍ଦୁଝର ଶାଖାର ମୁଖ୍ୟ ଉପଦେଷ୍ଟା ଭାବେ ମାର୍ଗଦର୍ଶନ କରିଆସୁଥିଲେ। ସମନ୍ୱୟ ସମିତି ରାଜ୍ୟ ସାରଣ ସମ୍ପାଦକ ସୁଜିତ କୁମାର ନାୟକ, ସଙ୍ଗଠନ ସମ୍ପାଦକ ହରେକୃଷ୍ଣ ବେଜ, କାର୍ଯ୍ୟକାରୀ ସଭାପତି ସୀତା ଭୋଳ, ଜିଲା ସମ୍ପାଦକ ପବିତ୍ର ପାତ୍ର, ଉପଦେଷ୍ଟା ଚିନ୍ତାମଣୀ ପାଣିଗ୍ରାହୀ, ବରିଷ୍ଠ ନେତୃବୃନ୍ଦ ଶ୍ରୀକାନ୍ତ ନାଏକ, ମହାତ୍ମା ଦେହୁରୀ ପ୍ରମୁଖ ବହୁ କର୍ମଚାରୀ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଶୋକବ୍ୟକ୍ତ କରିଥିଲେ। ତାଙ୍କ ବିୟୋଗରେ କେନ୍ଦୁଝର ସମେତ ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ପାର୍ଥିବ ଶରୀରରେ ସମନ୍ୱୟ ସମିତିର ପତାକା ଘୋଡାଇ ଅନ୍ତିମ ସଂସ୍କାର କରାଯାଇଥିଲା। ସହର ଉପକଣ୍ଠ ମଣ୍ଡୁଆସ୍ଥିତ ଅରଡେଇ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ଜ୍ୱାଇଁ ରାଜେଶ ମୁଖାଗ୍ନି ଦେଇଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories