www.samajalive.in
Wednesday, December 10, 2025
14.1 C
Bhubaneswar

ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଘେରିଲେ ମଧ୍ୟାହ୍ନଭୋଜନ ପାଚିକା ସହାୟିକା 

କେନ୍ଦୁଝରଗଡ଼: ମଧ୍ୟାହ୍ନଭୋଜନ ପାଚିକା ସହାୟିକାମାନଙ୍କୁ ସର୍ବନିମ୍ନ ମାସିକ ବେତନ ୨୬୦୦୦ଟଙ୍କା ପ୍ରଦାନ ସହ ବର୍ଷକୁ ୧୦ମାସ ପରିବର୍ତ୍ତେ ୧୨ମାସର ବେତନ ପ୍ରଦାନ ଆଦି ୯ଦଫା ଦାବିରେ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚିକା ସହାୟିକା କେନ୍ଦୁଝର ଶାଖା ପକ୍ଷରୁ ବୁଧବାର ପୂର୍ବାହ୍ନରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ମଧ୍ୟାହ୍ନଭୋଜନ ପାଚିକା ସହାୟିକା ଓଡ଼ିଶା ରାଜ୍ୟ କମିଟି କାର୍ଯ୍ୟକାରୀ ସଭାପତି ଇନ୍ଦ୍ରମଣି ବେହେରା ଓ ସିଟୁ ନେତା ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ସହସ୍ରାଧିକ ପାଚିକା ସହାୟିକା କାଳୀପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡ଼ିଶା ମଧ୍ୟାହ୍ନଭୋଜନ ପାଚିକା ସହାୟିକା ସଂଘ ରାଜ୍ୟ କମିଟି କାର୍ଯ୍ୟକାରୀ ସଭାପତି ଶ୍ରୀ ବେହେରା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀର୍ଘ ୨୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଜିଲାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଚିକା ସହାୟିକା ଭାବେ କାର୍ଯ୍ୟରତ ପାଚିକା ମାନଙ୍କୁ ମାସିକ ମାତ୍ର ୧୪୦୦ଟଙ୍କା ଭତ୍ତା ପ୍ରଦାନ ସହ ସେମାନଙ୍କ ଶିକ୍ଷା ବିଭାଗ କର୍ମୀ ଭାବେ ମଧ୍ୟ ଗ୍ରହଣ କରାନଯିବା ଏବଂ ବର୍ଷକୁ ୧୨ମାସ ପରିବର୍ତ୍ତେ ୧୦ମାସର ଭତ୍ତା ପ୍ରଦାନ ପାଚିକା ମାନଙ୍କ ଆର୍ଥୀକସ୍ଥିତିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି ବୋଲି କହିଥିଲେ। ଦେଶର ଅନେକ ରାଜ୍ୟରେ ପାଚିକା ସହାୟିକା ମାନଙ୍କୁ ୭୦୦୦ଟଙ୍କା ବେତନ ପ୍ରଦାନ କରାଯାଉଥିବା ବେଳେ ଆମ ରାଜ୍ୟରେ ମାସିକ ମାତ୍ର ୧୪୦୦ଟଙ୍କା ଭତ୍ତା ପ୍ରଦାନ କାହା ସ୍ୱାର୍ଥରେ ବୋଲି ଶ୍ରମିକ ନେତା ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି। ଏଭଳି ସ୍ଥିତିରେ ପାଚିକା ସହାୟିକାମାନଙ୍କୁ ମାସିକ ସର୍ବନିମ୍ନ ୨୬୦୦୦ଟଙ୍କା ବେତନ ପ୍ରଦାନ, ମାସକୁ ୧୦ମାସ ପରିବର୍ତ୍ତେ ୧୨ମାସର ବେତନ ପ୍ରଦାନ, ଅବସରକାଳୀନ ବୟସ ୬୨ବର୍ଷକୁ ବୃଦ୍ଧି, ମଧ୍ୟାହ୍ନଭୋଜନ ଯୋଜନାକୁ ଘରୋଇକରଣ ବନ୍ଦ କରିବା, ପାଚିକା ସହାୟିକାମାନଙ୍କୁ ଶିକ୍ଷା ବିଭାଗ କର୍ମଚାରୀ ଘୋଷଣା, ଅବସରକାଳୀନ ମାସିକ ୧୦୦୦୦ଟଙ୍କା ପେନସନ ପ୍ରଦାନ, ପାଚିକା ସହାୟିକାମାନଙ୍କୁ ପି.ଏଫ୍‌‌, ଇଏସ୍‌‌ଆଇ, ଜୀବନ ବୀମା ଓ ଗ୍ରାଚୁଇଟି ଆଦି ସାମାଜିକ ସୁରକ୍ଷା ଯୋଜନାରେ ସାମିଲ, ସମସ୍ତ ବିଦ୍ୟାଳୟରେ ବାଧ୍ୟତାମୂଳକ ଭାବେ ଫାଷ୍ଟ-ଏଡ ବ୍ୟବସ୍ଥା ଏବଂ ୨୮ମାସର ବକେୟା ଦରମା ତୁରନ୍ତ ପ୍ରଦାନ କରିବାକୁ ଶ୍ରମିକ ନେତା ଶ୍ରୀ ବେହେରା ଦାବି କରିଛନ୍ତି। ଉପରୋକ୍ତ ମର୍ମରେ ଶ୍ରୀ ବେହେରାଙ୍କ ନେତୃତ୍ୱରେ ସଦର ବ୍ଲକ ସଭାପତି ଗୋଦାବରୀ ଦେହୁରୀ, ଚମ୍ପୁଆ ବ୍ଲକ ସଭାପତି ତୁଳସୀ ମହାନ୍ତ, ଯୋଡା ବ୍ଲକ ସଭାପତି ଯଶୋଦା ପାତ୍ର, ବାଂଶପାଳ ବ୍ଲକ ସଭାପତି କନକ ଦେହୁରୀ ଓ ଝୁମ୍ପୁରା ବ୍ଲକ ସଭାପତି ବୁଧ ଗିରି ପ୍ରମୁଖ ଏକ ପ୍ରତିନିଧିମଣ୍ଡଳୀ ଶିକ୍ଷା ଅଧିକାରୀଙ୍କୁ ଭେଟି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories