ଗୋପବନ୍ଧୁ ସେବାକେନ୍ଦ୍ର ପକ୍ଷରୁ କୁଆଝରଣରେ ସଚେତନତା
କେନ୍ଦୁଝରଗଡ଼: ଗୋପବନ୍ଧୁ ସେବାକେନ୍ଦ୍ର ପକ୍ଷରୁ ହରିଚନ୍ଦନପୁର ବ୍ଲକ କୁଆଝରଣ ଗ୍ରାମରେ ଆଦିମ ଜନଜାତି ଜୁଆଙ୍ଗ ମହିଳା, କିଶୋରୀ ଏବଂ ଶିଶୁମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ବିଶେଷକରି ମହିଳା ଓ କିଶୋରୀମାନଙ୍କୁ କିଭଳି ସ୍ୱାସ୍ଥ୍ୟକ୍ଷେତ୍ରରେ ସ୍ୱଛତା ଅବଲମ୍ବନ କରିବେ ସେ ସମ୍ପର୍କରେ ସଚେତନତା କରାଯାଇଥିଲା। ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ସହ ପୁଷ୍ଟିକର ଖାଦ୍ୟ, ନିୟମିତ ବିଦ୍ୟାଳୟକୁ ପାଠ ପଢ଼ିବା ନିମନ୍ତେ ଯିବା ସମ୍ପର୍କରେ ଶିଶୁ ମାନଙ୍କୁ ସଚେତନ କରାଯାଇଥିଲା। ଏତଦ୍ବ୍ୟତୀତ ନିଶା ସେବନ ଠାରୁ ଦୁରେଇ ରହିବା ସହ କୌଣସି ପରିସ୍ଥିତିରେ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାର ବଶବର୍ତ୍ତୀ ନହେବାକୁ ସେବାକେନ୍ଦ୍ରର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମହିଳା, କିଶୋରୀ ଓ ଶିଶୁ ମାନଙ୍କୁ ଶାଢ଼ୀ, ପୋଷାକ, ପାଠ୍ୟ ଉପକରଣ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରାଯିବା ସହ ସେମାନଙ୍କ ମଧ୍ୟରେ ଭାବ ବିନିମୟ କରିଥିଲେ। ଆଗାମୀ ଦିନରେ ସେବାକେନ୍ଦ୍ର ପକ୍ଷରୁ ଉକ୍ତ ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ସହ ମାଗଣାରେ ଔଷଧ ଯୋଗାଇ ଦିଆଯିବ ବୋଲି ସେବାକେନ୍ଦ୍ର ସଦସ୍ୟ ସଦସ୍ୟା ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେବାକେନ୍ଦ୍ର ସଦସ୍ୟା ବୈଶାଳୀ ପ୍ରିୟଦର୍ଶିନୀ, ରୂପଶ୍ରୀ ଗନ୍ତାୟତ, ସ୍ମୀତା କୁଅଁର, ପ୍ରଣତୀ ରାଉତ, ପୂଣ୍ୟଶୀଳା ପାଣି ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.