www.samajalive.in
Friday, December 12, 2025
19.1 C
Bhubaneswar

ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଉପସ୍ଥିତିକୁ ସ୍ପଷ୍ଟ କଲେ ଡିଏଫଓ

କେନ୍ଦୁଝରଗଡ଼: କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ଅଧିନ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘର ଉପସ୍ଥିତି ନେଇ ଗଣମାଧ୍ୟମ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ମୁହଁ ଖୋଲିଛନ୍ତି କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି। ହାତୀପଲ ଗତିବିଧି ଉପରେ ନଜର ଓ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ନିମନ୍ତେ ବନ ବିଭାଗ ପକ୍ଷରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୪୫ଟି କ୍ୟାମେରା ଖଞ୍ଜା ଯାଇଛି। ଏହି କ୍ୟାମେରାରେ ଫେବୃୟାରୀ ୨୦ ତାରିଖରେ ଘଟଗାଁ ରେଞ୍ଜ ବାଇଗଣପାଳ ଫରେଷ୍ଟ ବିଟ୍‌‌ ହାଉସ ଅଟେଇ ଜଙ୍ଗଲରେ ଏକ ମହାବଳ ବାଘ ବୁଲୁଥିବା ସହ ପାଦ ଚିହ୍ନକୁ ଠାବ ପରେ ପିସିସିଏଫ୍‌‌ ବନ୍ୟପ୍ରାଣୀ ବିଭାଗ ନିକଟକୁ ପଠାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି। ମହାବଳ ବାଘର ଉପସ୍ଥିତି ଜଣାପଡ଼ିବା ପରେ ବନ ବିଭାଗ ପକ୍ଷରୁ ମନୁଷ୍ୟ ଓ ବନ୍ୟପ୍ରାଣୀ ଉଭୟଙ୍କ ସୁରକ୍ଷା ସହ ଜଙ୍ଗଲ ଉପରେ ନିର୍ଭର କରି ଚଳି ଆସୁଥିବା ଲୋକଙ୍କ ଜୀବନ ଜୀବିକାକୁ ମଧ୍ୟ ପ୍ରାଥମିକତା ଦିଆଯାଇଥିବା ଡିଏଫଓ କହିଛନ୍ତି।

ଘଟଗାଁ ରେଞ୍ଜ ଅଧିନରେ ପୂର୍ବରୁ ହାତୀ, ହରିଣ, ଭାଲୁ ଓ ବାରହା ପ୍ରଜାତିର ବନ୍ୟପ୍ରାଣୀ ଶୀକାର ବନ ବିଭାଗ କର୍ମଚାରୀ ହାତରେ ଧରାପଡ଼ିଥିବା ବେଳେ ଏବେ ମହାବଳ ବାଘ ଉପସ୍ଥିତି ପରେ ବନ ବିଭାଗ ପକ୍ଷରୁ ଅଧିକ ତତ୍ପରତା ପ୍ରକାଶ ପାଇ ୨ଜଣ ସହକାରୀ ବନ ସଂରକ୍ଷକ, ଜଣେ ଫରେଷ୍ଟର ଓ ୫ଜଣ ବନରକ୍ଷୀଙ୍କୁ ନେଇ ଏକ ସ୍ୱତନ୍ତ୍ର ପାଟ୍ରୋଲିଂ ଟିମ୍‌‌ ଗଠନ କରାଯାଇ ବନ୍ୟପ୍ରାଣୀ ଗତିବିଧି ସହ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ନିମନ୍ତେ କଡା ନଜର ରଖାଯାଇଛି। ଏଥିସହ ମହାବଳ ବାଘର ସୁରକ୍ଷା ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳରେ ୪ଟି ସ୍ଥାନରେ ବାଉଁଶ ବାଡ ଦିଆଯାଇ ଜଙ୍ଗଲ ଭିତରକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ଜଙ୍ଗଲ ଉପରେ ନିର୍ଭର କରି ଚଳି ଆସୁଥିବା ଲୋକଙ୍କ ଜୀବନ ଜୀବୀକା ସୁରକ୍ଷିତ ପାଇଁ ବନ ବିଭାଗ ପକ୍ଷରୁ ‘ଆମ ଜଙ୍ଗଲ ଯୋଜନା’ରେ ସାମିଲ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ଜିଆ ଖତ ଯୋଗାଣ ସହ ଓମ୍‌‌ବାଡସି ଅର୍ଥ ସହାୟତାରେ ମନରେଗା ଯୋଜନାରେ ଲୋକଙ୍କୁ ଜଙ୍ଗଲ ରାସ୍ତା ନିର୍ମାଣ ଓ ମରାମତି, ଓଡ଼ିଶା ଜୀବୀକା ମିଶନ ଜରିଆରେ କର୍ମସଂସ୍ଥାନ ଯୋଗାଣକୁ ଗୁରୁତ୍ୱ ଦିଆଯାଇଥିବା ଡିଏଫଓ କହିଛନ୍ତି। ପଡୋଶୀ ମୟୁରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟଠାରୁ କରଞ୍ଜିଆ, ଆନନ୍ଦପୁର, ଘଟଗାଁ, ରେବଣା ଦେଇ ସାତକୋଶିଆ ପର୍ଯ୍ୟନ୍ତ ଯାଇଥିବା ଜଙ୍ଗଲ ଉପରେ ଏହି ମହାବଳ ବାଘ ଚଳପ୍ରଚଳ କରୁଥିବା ସମ୍ଭାବନା ରହିଥିବାରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି.ଅଶୋକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ପୁଲିସ, ଜଏଣ୍ଟ ଟାସ୍କ ଫୋର୍ସ, ସ୍ପେଶାଲ ଟାସ୍କ ଫୋର୍ସକୁ ଗଠିତ ଟିମ୍‌‌ ମହାବଳ ବାଘର ଗତିବିଧି ଉପରେ ସ୍ୱତନ୍ତ୍ର ଭାବେ ନଜର ରଖିଥିବା ଡିଏଫଓ କହିଛନ୍ତି। ଏଥିସହ ଜଙ୍ଗଲ ସୁରକ୍ଷା ସ୍କ୍ୱାଡ଼୍, ଅଗ୍ନି ସୁରକ୍ଷା ସ୍କ୍ୱାଡ଼୍ ଓ ହାତୀ ସୁରକ୍ଷା ସ୍କ୍ୱାର୍ଡ ବନ ସୁରକ୍ଷା ସମିତି କର୍ମକର୍ତ୍ତା ଓ ସଦସ୍ୟଙ୍କ ସହଯୋଗରେ ଉକ୍ତ ସଂରକ୍ଷିତ ବନାଞ୍ଚଳ ଗସ୍ତ କରି ସେଠାକାର ସ୍ଥାନୀୟ ଅଧିବାସୀଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ନଯିବା ପାଇଁ ସଚେତନତା ସୃଷ୍ଟି କରିବା ସହ ୪ଟି ସ୍ଥାନରେ ବାଉଁଶ ବାଡ ଦେଇ ସାଧାରଣ ଚଳପ୍ରଚଳକୁ ବାରଣ କରାଯାଇଛି।

- Advertisement -

ଏତଦ୍‌‌ବ୍ୟତୀତ ଘଟଗାଁ ରେଞ୍ଜକୁ ୨ଜଣ ଫରେଷ୍ଟର ଓ ୨ଜଣ ବନରକ୍ଷୀଙ୍କୁ ନୂତନ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଖୁବ୍‌‌ଶୀଘ୍ର ଆହୁରି ଅଧିକ ୧୦ଟି କ୍ୟାମେରା ସଂଯୋଗ କରାଯିବ ବୋଲି ଡିଏଫଓ କହିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories