ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ, ପନିପରିବା ବ୍ୟାପକ କ୍ଷତି
କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ଅଦିନିଆ ବର୍ଷା ସାଘଙ୍ଗକୁ କୁଆପଥର ମାଡ ଯୋଗୁଁଁ ପନିପରିବା ଚାଷ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ଯୋଗୁଁଁ ପନିବରିବା ବ୍ୟାପକ କ୍ଷୟକ୍ଷତି ଚାଷୀଙ୍କ ଆକ ମାନଦଣ୍ଡକୁ ଦୋହଲାଇ ଦେଇଛି। ବିଶେଷକରି ସଦର ବ୍ଲକ ବାଉରିପଦା, ଶଙ୍କିରୀ, ଗୋବର୍ଦ୍ଧନ, ମହାଦେଇଯୋଡା, ମଇଦାନକେଲ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ହୋଇଥିବା ପନିପରିବା ଚାଷ କୁଆପଥର ମାଡ ଯୋଗୁଁଁ ବ୍ୟାପକ କ୍ଷତି ହୋଇଥିବା ବେଳେ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି।
ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଗୁରୁବାର ବାଉରିପଦା, ଶଙ୍କିରୀ, ଗୋବର୍ଦ୍ଧନ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ହୋଗୁଁ ହୋଇଥିବା ପନିପରିବା ଚାଷଜମି ପରିଦର୍ଶନ ସହ କ୍ଷୟକ୍ଷତିର ସମୀକ୍ଷା କରିଥିଲେ।
ଅଦିନିଆ ବର୍ଷା ଯୋଗୁଁଁ ଚାଷୀଙ୍କ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇ କିଭଳି ଚାଷୀଙ୍କୁ ସେମାନଙ୍କ ଉଚିତ୍ କ୍ଷତି ଭରଣା କରାଯାଇ ପାରିବ ସେ ସମ୍ପର୍କରେ ରାଜ୍ୟ ସଭାପତି ଶ୍ରୀ ସାହୁ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ସହ ଅଲୋଚନା କରିବେ ବୋଲି ଗସ୍ତ ସମୟରେ ଚାଷୀଙ୍କୁ ଭେଟି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସଭାପତି ଶ୍ରୀ ସାହୁଙ୍କ ଏହି ଗସ୍ତ ସମୟରେ ଜିଲା ବିଜେପି କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ସୂତ୍ରଧର ଓ ବିଜେପି ଜିଲା ମିଡିଆ ସଂଯୋଜକ ବ୍ରଜ କିଶୋର ରାୟ ପ୍ରମୁଖ ସାମିଲ ହୋଇଥିଲେ।
Comments are closed.