www.samajalive.in
Monday, December 15, 2025
15.1 C
Bhubaneswar

୨୮୦କ୍ୟୁଣ୍ଟାଲ ମହୁଲ ସମେତ ୫ ଯାନ ଜବତ, ୫ ଚାଳକ ଗିରଫ

କେନ୍ଦୁଝରଗଡ: କେନ୍ଦୁଝର ଅବକାରୀ ବିଭାଗ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଚଢ଼ଉ କରି ୫ଟି ଯାନରେ ଖାଲି ହେଉଥିବା ୨୮୦କ୍ୟୁଣ୍ଟାଲ ମହୁଲ ସମେତ ମହୁଲ ପରିବହନ କରୁଥିବା ଗୋଟି ୧୬ ଚକିଆ ଟ୍ରକ ଓ ୪ଟି ପିକ୍‌‌ଅପ୍‌‌ ଭ୍ୟାନକୁ ଜବତ କରାଯାଇଛି। ଏଥିସହ ଏହି ଘଟଣାରେ ସମ୍ପୃକ୍ତ ୫ଜଣ ଚାଳକଙ୍କୁ ଗିରଫ ସହ ସୋମବାର କୋର୍ଟ ଚାଲାଣ କରାଯାଇଛି। ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି କେନ୍ଦୁଝର ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ଉପ-ଅଧିକ୍ଷକ ଦିବ୍ୟରଞ୍ଜନ ଦୀପଙ୍କ ପ୍ରତ୍ୟକ୍ଷ ତ୍ତ୍ୱାବଧାନରେ ଏହି ଚଢ଼ଉ କରାଯାଇ ରବିବାର ରାତି ପ୍ରାୟ ୨ଟାରେ କେନ୍ଦୁଝର ସହର ଉପକଣ୍ଠ ବାମ୍ପାରସ୍ଥିତ ରେଳ ଓଭରବ୍ରିଜ୍‌‌ ନିକଟରେ ଗୋଟିଏ ଟ୍ରକ ଓ ୪ଟି ପିକ୍‌‌ଅପ ଭ୍ୟାନ ମହୁଲ ଖାଲି କରିବା ସମୟରେ ଅବକାରୀ ବିଭାଗ କର୍ମଚାରୀଙ୍କ ହାବୁଡରେ ଧରା ପଡିଥିଲେ।

ଉକ୍ତ ସ୍ଥନରେ ଖାଲି ହେଉଥିବା ମହୁଲ ଛତିଶଗଡ ରାଜ୍ୟର ରାୟପୁରରୁ ବୋଝେଇ ହୋଇ ଝାରଖଣ୍ଡ ରାଜ୍ୟର ପୂର୍ବ-ସିଂହଭୂମ ଜିଲା ବାହାଳାଗୁଡାକୁ ପରିବହନ ପରମିଟ୍‌‌ ଥିବାବେଳେ କେଉଁ ପରିସ୍ଥିତିରେ ଓ କାହା ନିର୍ଦ୍ଦେଶରେ ଉକ୍ତ ସ୍ଥାନରେ ମହୁଲ ଖାଲି କରାଯାଉଥିବା ସେ ନେଇ ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ମହୁଲ ସମେତ ୫ଟି ଯାନକୁ ଜବତ କରାଯାଇଥିବା ବେଳେ ଚାଳକ ବିହାର ରାଜ୍ୟର ଆସୋଆଁ ଥାନା ଅଧିନ କନ୍ଧପୋଖର ଗ୍ରାମର ରାମଜୀ କୁମାର, କେନ୍ଦୁଝର ଟାଉନ ଥାନା ଅଧିନ ଧୋବାଡିହା ମାଝିସାହିର ଗୁରା ମାର୍ଡି, ଜୁଡିଆ ମୁଣ୍ଡାସାହିର ରାଜା ମୁଣ୍ଡା, ସଦର ଥାନା କାଠକରଞ୍ଜିଆ ଗ୍ରାମର ସବ୍ୟସାଚୀ ମୁଣ୍ଡା ଓ ଟାଉନ ଥାନା ଅଧିନ ଜନାର୍ଦ୍ଦନପୁରର ଗିରିଧାରୀ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାର ମାଷ୍ଟରମାଇଣ୍ଡ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ଅବକାରୀ ଉପ-ଅଧିକ୍ଷକ ଶ୍ରୀ ଦୀପ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories