www.samajalive.in
Monday, December 15, 2025
14.1 C
Bhubaneswar

କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଗଡିବ ଯାତ୍ରିବାହୀ ଟ୍ରେନ

କେନ୍ଦୁଝରଗଡ: କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରିବାହୀ ଟ୍ରେନ ଚଳାଚଳ ଦାବିରେ ଜିଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ବାରମ୍ବାର ଆନ୍ଦୋଳନ ହୋଇ ଆସୁଥିଲା। ଜିଲାଦେଇ ଯାଇଥିବା ରେଳପଥର ଦୋହରୀକରଣ ଶେଷହେବା ପରେ କେନ୍ଦୁଝର ଦେଇ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରିବାହୀ ଟ୍ରେନ ଚଳାଚଳ ଆରମ୍ଭ ନେଇ ଜିଲାବାସୀ ବେଶ୍‍ ଆଶାବାଦୀ ଥିଲେ।

ତେବେ କେନ୍ଦୁଝର ଜିଲାରୁ ରେଳ ଯୋଗେ ଖଣିଜସମ୍ପଦ ପରିବହନରୁ ରେଳବାଇ ମାସିକ ଶହ ଶହ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରି ଆସୁଥିବାରୁ ଅଧିକ ସଂଖ୍ୟକ ଯାତ୍ରିବାହୀ ଟ୍ରେନ ଚଳାଚଳ କଲେ ମାଲବାହୀ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବାସହ ରାଜସ୍ୱ ହାନୀ ଆଶଙ୍କାରେ ରେଳବାଇ ଜାଣିଶୁଣି ଅଧିକ ସଂଖ୍ୟକ ଯାତ୍ରିବାହୀ ଟ୍ରେନ ଚଳାଚଳ କରୁନଥିଲା। କେନ୍ଦୁଝର ଯୁବ ପରିଷଦ ସମେତ ଶ୍ରମିକ ସଙ୍ଗଠନ ପକ୍ଷରୁ ବହୁବାର କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଯାତ୍ରିବାହୀ ଟ୍ରେନ ଚଳାଚଳ ଦାବିରେ ରେଳରୋକ ସହ ଆନ୍ଦୋଳନ ଡାକରା ସତ୍ତେ୍ୱ ରେଳବାଇ ଏହାକୁ ଟାଳିବାରେ ଅନେକାଂଶରେ ସକ୍ଷମ ହୋଇଥିଲା। ତେବେ ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ଜିଲାବାସୀଙ୍କୁ ରେଳ ବିଭାଗର ନିର୍ବାଚନୀ ଥୋପ ବୋଲି କେନ୍ଦୁଝର ଯୁବ ପରିଷଦ ଆବାହକ ବରଦା ପ୍ରସନ୍ନ ଦାସ କହିଛନ୍ତି।

- Advertisement -

ତେବେ ବିଳମ୍ବରେ ହେଲେ ମଧ୍ୟ ନୂଆଦିଲ୍ଲୀକୁ ଯାତ୍ରିବାହୀ ଟ୍ରେନ ଚଳାଚଳ ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ଦାସ କହିଥିବା ବେଳେ ଏହା ସାପ୍ତାହିକୀ ପରିବର୍ତ୍ତେ ଅନ୍ତତଃପକ୍ଷେ ସପ୍ତାହକୁ ଦୁଇଥର ଚଳାଚଳ କରିବାକୁ ଶ୍ରୀ ଦାସ ଦାବି କରିଛନ୍ତି। ପୁରୀ-ଆନନ୍ଦବିହାର ଭାୟା କେନ୍ଦୁଝର ସାପ୍ତାହିକୀ ଯାତ୍ରିବାହୀ ଟ୍ରେନ ପୁରୀରୁ ଶନିବାର ଭୋର ୪ଟା ୧୫ମି.ରେ ଯାତ୍ରାରମ୍ଭ କରି କେନ୍ଦୁଝରଗଡ ଷ୍ଟେସନରେ ପୂର୍ବାହ୍ନ ୧୦ଟାରେ ପହଞ୍ଚି ୧୦ଟା ୧୦ମି.ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରି ରବିବାର ଅପରାହ୍ନ ୧ଟା୧୦ମି.ରେ ଆନନ୍ଦବିହାର ଠାରେ ପହଞ୍ଚିବ। ରବିବାର ସନ୍ଧ୍ୟା ୫ଟା ୨୦ମି.ରେ ଆନନ୍ଦବିହାରରୁ ପୁନଃ ଯାତ୍ରାରମ୍ଭ କରି ସୋମବାର ସନ୍ଧ୍ୟା ୫ଟାରେ କେନ୍ଦୁଝରଗଡ ଷ୍ଟେସନରେ ପହଞ୍ଚି ୫ଟା ୧୦ମି.ରେ ପୁରୀ ଅଭିମୁଖେ ଯାତ୍ରା କରି ରାତି ୧୨ଟାରେ ପୁରୀରେ ପହଞ୍ଚିବ ବୋଲି ଚଳିତମାସ ୧୯ ତାରିଖରେ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଏହା ଦର୍ଶାଯାଇଛି। ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ପୂର୍ବରୁ ଆସନ୍ତା ମାର୍ଚ୍ଚ ୩ତାରିଖରୁ ଏହି ସାପ୍ତାହିକୀ ଟ୍ରେନ ଚଳାଚଳ ଶୁଭାରମ୍ଭ କରିବ ବୋଲି ବିଶେଷସୂତ୍ରରୁ ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories