www.samajalive.in
Monday, December 15, 2025
15.1 C
Bhubaneswar

ନାବାଳିକା ଦୁଷ୍କର୍ମ ଉଦ୍ୟମକାରୀକୁ ବର୍ଷେ ଜେଲ

କେନ୍ଦୁଝରଗଡ: ଜଣେ ୧୧ବର୍ଷର ନାବାଳିକାକୁ ପ୍ରଲୋଭିତ କରି ଦୁଷ୍କର୍ମ ଉଦ୍ୟମକାରୀକୁ ଫାଷ୍ଟ ଟ୍ରାକ୍‍ କୋର୍ଟ କେନ୍ଦୁଝରର ବିଚାରପତି ସୋମବାର ଚୂଡାନ୍ତ ଶୁଣାଣୀ କରି ଦୋଷୀ ସାବ୍ୟସ୍ତ କରି ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ତୁରୁମୁଙ୍ଗା ଥାନା କଣ୍ଟିଆପଡା ଗ୍ରାମର ଯୋଗେନ୍ଦ୍ର ନାଏକ (୨୧) ୧୧ବର୍ଷର ନାବାଳିକାକୁ ୨୨ ମାର୍ଚ୍ଚ ୨୦୧୬ ସନ୍ଧ୍ୟା ସାଢ଼େ ୬ଟାରେ ଚେନାଚୁର କିଣିଦେଇ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା।

ନାବାଳିକାଜଣକ କୌଶଳକ୍ରମେ ଖସି ପଳାଇ ଆସି ମା’ ନିକଟରେ ଘଟଣା ସମ୍ପର୍କରେ କହିବାରୁ ନାବାଳିକାର ମା’ ସ୍ଥାନୀୟ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ସହ ଅଭିଯୁକ୍ତ ଯୋଗେଶ୍ୱରକୁ ୨୯ମାର୍ଚ୍ଚରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

- Advertisement -

ସୋମବାର ଏହି ମାମଲାର ଚୂଡାନ୍ତ ଶୁଣାଣୀ କରି ସାକ୍ଷୀ ମାନଙ୍କ ବୟାନକୁ ଭିତ୍ତିକରି ଫାଷ୍ଟ ଟ୍ରାକ୍‍ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ ଯୋଗେଶ୍ୱରକୁ ଦୋଷୀ ସାବ୍ୟସ୍ତ କରି ୧ବର୍ଷ ସଶ୍ରମ କାରାସଦଣ୍ଡ ସହ ୨ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୨ମାସ ସଶ୍ରମ କରାଦଣ୍ଡାଦେଶ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories