ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ

କେନ୍ଦୁଝରଗଡ: ନାବାଳିକା ଦୁଷ୍ମର୍ମ ମାମଲାର ତ୍ୱରିତ ବିଚାର କରି ନାବାଳିକା ଦୁଷ୍କର୍ମକାରୀକୁ ଦୋଷୀ ସାବ୍ୟସ୍ତ କରି ଫାଷ୍ଟ ଟ୍ରାକ୍‍ କୋର୍ଟ କେନ୍ଦୁଝରର ବିଚାରପତି ୨୦ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିଛନ୍ତି। ୧୭ବର୍ଷ ଜଣେ ନାବାଳିକା ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆରେ ପଢୁଥିବା ସମୟରେ ୨୯ ଅପ୍ରେଲ ୨୦୧୪ରେ ଘରେ ଏକାକୀ ଥିବା ସୁଯୋଗ ଉଣ୍ଡି କେହିନଥିବା ସମୟରେ ହରିଚନ୍ଦନପୁର ଥାନା ନନ୍ଦରା ଗ୍ରାମର ଦୀପକ ମୁଖି (୨୨) ଅପହରଣ କରି ସଙ୍ଗରେ ନେଇ ପଳାଇଥିଲା।

prayash

ଝିଅକୁ ନପାଇ ସମ୍ପୃକ୍ତା ନାବାଳିକାର ବାପା ଝିଅକୁ କେହି ଅପହରଣ କରିଥିବା ନେଇ ଅଭିଯୋଗ କରିବା ପରେ ଚମ୍ପୁଆ ପୁଲିସ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧାଙ୍ଗଡପଡାରୁ ଅଭିଯୁକ୍ତ ଦୀପକକୁ ଜୁନ ୭ତାରିଖରେ ଗିରଫ କରିବା ସହ ପୀଡିତାକୁ ଉଦ୍ଧାର କରି ପଚରା ଉଚୁରା କରିବା ପରେ ତାଙ୍କୁ ଅପହରଣ କରି ଏକାଧିକ ଦୁଷ୍କର୍ମ କରିଥିବା ପୁଲିସ ଆଗରେ ପ୍ରକାଶ କରିଥିଲା।

ଅଭିଯୁକ୍ତ ଗିରଫ ପରେ ୧୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଫାଷ୍ଟ ଟ୍ରାକ୍‍ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ ଦୀପକକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଶସ୍ରମ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ପିଡିତାଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ସୁପାରିଶ କରାଯାଇଥିବା ପୀଡିତାଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିବା ସ୍ୱତନ୍ତ୍ର ପି.ପି.ଜ୍ଞାନେନ୍ଦ୍ରନାଥ ଜେନା କହିଛନ୍ତି।

Comments are closed.