BJD Bijuli 480×75 Mob

କେନ୍ଦୁଝର ବିଜେଡି ଲୋକସଭା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ପ୍ରକାଶ ପାଇଲା କେନ୍ଦୁଝର ଲୋକସଭା ସମେତ ସଂସଦୀୟକ୍ଷେତ୍ର ୭ବିଧାନସଭା ନିର୍ବାଚନ ବିଜ୍ଞପ୍ତି

BJD Bijuli 480×75 Mob

କେନ୍ଦୁଝରଗଡ: କେନ୍ଦୁଝର ଲୋକସଭା ସମେତ ସଂସଦୀୟକ୍ଷେତ୍ର ଅଧିନ କେନ୍ଦୁଝର ଜିଲାର ୬ ବିଧାନସଭା ଆସନ ଓ ପଡୋଶୀ ମୟୁରଭଞ୍ଜ ଜିଲାର କରଞ୍ଜିଆ ବିଧାନସଭା ଆସନ ନିମନ୍ତେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସାଧାରଣ ଛୁଟି ଦିବସ ବ୍ୟତୀତ ଆସନ୍ତା ୬ ତାରିଖ ସୁଦ୍ଧା ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ପରେ ୭ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଆସନ୍ତ ୯ ତାରିଖ ଅପରାହ୍ନ ୩ଟା ପୂର୍ବରୁ ଇଛୁକ ପ୍ରାର୍ଥୀ ନିଜେ କିମ୍ବା ପ୍ରାର୍ଥୀଙ୍କ ପ୍ରାଧିକୃତ ପ୍ରସ୍ତାବକଙ୍କ କୌଣସି ଜଣେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଆବେଦନ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ନିର୍ବାଚନ ପ୍ରତିଦ୍ୱନ୍ଦିତାମୂଳକ ହୁଏ ତାହାଲେ ମେ ୨୫ ତାରିଖ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିପାରିବେ।

ବିଜ୍ଞପ୍ତି ପ୍ରକାଶ ପାଇବା ପ୍ରଥମ ଦିନରେ ବିଜେଡି ଲୋକସଭା ପ୍ରାର୍ଥୀ ଧର୍ନୁଜୟ ସିଦ୍ଦୁ ନିଜର ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ସୋମବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସ୍ଥାନୀୟ କାଳୀପଡିଆରୁ ନିଜର ହଜାର ହଜାର ସମର୍ଥକଙ୍କ ଗହଣରେ ପାରମ୍ପିକ ବାଦ୍ୟ ନୃତ୍ୟ ତାଳେ ତାଳେ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଶ୍ରୀ ସିଦ୍ଦୁ ରିଟର୍ଣ୍ଣିଂ ଅଧିକାରୀ ତଥା ଜିଲାପାଳ ବିଶାଲ ସିଂହଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ଶ୍ରୀ ସିଦ୍ଦୁଙ୍କ ଏହି ନିର୍ବାଚନୀ ଶୋଭାଯାତ୍ରାରେ ଘସିପୁରା ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର, ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ, କେନ୍ଦୁଝର ସଦର ବିଧାୟିକା ପ୍ରାର୍ଥୀନୀ ମୀନା ମାଝୀ ଓ କରଞ୍ଜିଆ ବିଧାୟିକା ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ୍‌‌ଙ୍କ ସମେତ ଜିଲା ବିଜେଡି ସଭାପତି କୁଶ ଆପଟ୍ଟ, ପୂର୍ବତନ ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ବିଜେଡି ରାଜ୍ୟ ଯୁବ ଉପସଭାପତି ସୌମ୍ୟଶଙ୍କର ଚକ୍ର, ଜିଲା ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ, ସହପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ, କେନ୍ଦୁଝର ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, କେନ୍ଦୁଝରଗଡ ଉପନଗରପାଳ ବରଦା ପ୍ରସନ୍ନ ଦାସଙ୍କ ସମେତ ପଞ୍ଚାୟତ ଓ ବ୍ଲକସ୍‌‌ତରୀୟ ସମସ୍ତ ଦଳୀୟ ପଦାଧିକାରୀ ଓ ନିର୍ବାଚିତ ଲୋକପ୍ରତିନିଧି ଉପସ୍ଥିତ ଥିଲେ। କେନ୍ଦୁଝର ଜିଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହାର ସଫଳ ରୂପାୟନ କରିବା ସହ ଆଗାମୀ ନିର୍ବାଚନରେ କେନ୍ଦୁଝର ଲୋକସଭା ପ୍ରାର୍ଥୀ ସମେତ ସଂସଦୀୟକ୍ଷେତ୍ର ଅଧିନ ସମସ୍ତ ୭ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟ ଲାଭ କରିବେ ବୋଲି ପ୍ରାର୍ଥୀପତ୍ର ଦାଖଲ ପରେ ଲୋକସଭା ପ୍ରାର୍ଥୀ ଶ୍ରୀ ସିଦ୍ଦୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଥିଲେ।

କେନ୍ଦୁଝର ଜିଲା ଏକ କୁବେର ଘର ହୋଇଥିଲେ ହେଁ ମାନସିକତାର ଅଭାବ ଯୋଗୁଁ ଜିଲାର ବହୁ ବିକାଶ ହୋଇପାରିନଥିବାରୁ ଆଗାମୀ ଦିନରେ ଜିଲାର ସାମଗ୍ରିକ ବିକାଶ ସହ ଜୀବନଜୀବୀକାକୁ ପ୍ରାଧାନ୍ୟ ଦିଆଯିବ ବୋଲି ଲୋକସଭା ପ୍ରାର୍ଥୀ ଶ୍ରୀ ସିଦ୍ଦୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଥିଲେ।

Comments are closed.