www.samajalive.in
Sunday, December 14, 2025
23.1 C
Bhubaneswar

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଉତ୍କଳ ବିଶ୍ୱବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ପରିଦର୍ଶନ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି  ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ‘ଉତ୍କର୍ଷକେନ୍ଦ୍ର’  (ସେଣ୍ଟର ଅଫ ଏକ୍ସେଲେନ୍ସ) ପରିଦର୍ଶନ କରିଥିଲେ। ତାଙ୍କ ସହିତ ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ୨୦୨୨ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା(ଓଡ଼ିଶା କ୍ୟାଡର)ର ୬ଜଣ ପ୍ରୋବେସନର ଅଧିକାରୀ ଯାଇଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଉତ୍କଳ ବିଶ୍ୱବିଦ୍ୟାଳୟରେ ପହଞ୍ଚିବାପରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସମେତ କୁଳସଚିବ ଡ.କାହ୍ନୁଚରଣ ଧୀର, ‘ଉତ୍କର୍ଷ କେନ୍ଦ୍ର’ର ସଂଯୋଜକ ଓ ଅନ୍ୟ ପ୍ରାଧ୍ୟାପକମାନେ ସ୍ୱାଗତ କରିଥିଲେ। ଆଇଏଏସ ଶିକ୍ଷାନବିଶମାନେ ଏହି ପରିଦର୍ଶନ ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ‘ଉତ୍କର୍ଷ କେନ୍ଦ୍ର’ (ସେଣ୍ଟର ଅଫ ଏକ୍ସେଲେନ୍ସ) ସଂପର୍କରେ ଅବଗତ ହୋଇଥିଲେ।

- Advertisement -

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା “ସେଣ୍ଟର ଅଫ ଏକ୍ସେଲେନ୍ସ”ଠାରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇଥିଲେ। ଏହି ବୈଠକରେ ଉତ୍କଳ ବିଶ୍ବବିଦ୍ୟାଳୟର ‘ଉତ୍କର୍ଷ କେନ୍ଦ୍ର’ରେ ଉପଲବ୍ଧ ବିଭିନ୍ନ ବିଷୟରେ ଗବେଷଣା ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ବିଭିନ୍ନ ସୁବିଧା ଅସୁବିଧା ବୁଝିବା ସହିତ ଗବେଷଣା କାର୍ୟ୍ୟ ଓ ଗବେଷଣା ପ୍ରକାଶନକୁ ମୁଖ୍ୟ ଶାସନ ସଚିବ ଉତ୍ସାହିତ କରିଥିଲେ। ଆଗାମୀ ଦିନରେ ସେଣ୍ଟର ଅଫ ଏକ୍ସେଲେନ୍ସ ଗବେଷଣା କ୍ଷେତ୍ରରେ କିପିରି ଉତ୍କର୍ଷତା ପ୍ରତିପାଦନ କରିବ, ସେଦିଗରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପ୍ରାଧ୍ୟାପକମାନେ ଗୁରୁତ୍ୱଦେବାକୁ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ କିପରି ଅଧିକରୁ ଅଧିକ ସଫଳତା ହାସଲ କରିବ, ସେ ଦିଗରେ ସେ ବିଭିନ୍ନ ଗଠନ ମୂଳକ ପରାମର୍ଶ ଦେଇଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories