ଭୁବନେଶ୍ବର:କେନ୍ଦୁଝର ଜିଲା ପାଟଣା ବନାଞ୍ଚଳରେ ଗତ କିଛି ଦିନ ହେଲା ୨୩ ଟିକିଆ ହାତୀପଲ ଡେରା ପକାଇ ଥିବା ବେଳେ ପୁଣି ବୁଧୁବାର ସଂଧ୍ୟା ପାଖାପାଖି ସାଢେ ୬ ଟା ସମୟରେ କପୁଣ୍ଡି ଗ୍ରାମର ବଣ ସାହିରେ ଗୋଟିଏ ଘର ଭାଙ୍ଗିଦେଇଥିବା ଦେଖିବାକୁ ମିଳିଛି। ହାତୀପଲ କପୁଣ୍ଡି ଗ୍ରାମର ବାହାଦୁଲା ବଡାମଙ୍କ ସମ୍ପୂର୍ଣ୍ଣ ଘର ଭାଙ୍ଗି ଦେଇଛି। କାନ୍ଥ ପଡ଼ି ଯିବାରୁ ଘର ଭିତରେ ଥିବା ବହୁ ଆସବାବପତ୍ର, ଧାନ ଚାଉଳ ଆଦି ସମସ୍ତ ଜିନିଷ ପତ୍ର ନଷ୍ଟ ହୋଇଯାଇଛି। ଅପରପକ୍ଷରେ ହାତୀପଲ ଘର ଭାଙ୍ଗି ଦେଇଥିଲେ ବି ପରିବାର ଲୋକେ ହାତୀ କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅତି ଗରିବ ଶ୍ରେଣୀର ଏହି ପରିବାରର କ୍ଷୟକ୍ଷତି ଆକଳନ କରି ଯଥାଶୀଘ୍ର ଏହି ପରିବାରକୁ ବନବିଭାଗ ତରଫରୁ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।



