ତାଲୁକ ଆଇନ ସେବା କମିଟି ପକ୍ଷରୁ ସଚେତନତା ଶିବିର

ହରଭଙ୍ଗା: ତାଲୁକା ଆଇନ ସେବା କମିଟି ହରଭଙ୍ଗା ପକ୍ଷରୁ ହରଭଙ୍ଗା କୋର୍ଟ ପରିସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିଶ ତଥା ହରଭଙ୍ଗା ତାଲକୁ ଆଇନ ସେବା କମିଟି ଅଧକ୍ଷ୍ୟ ପ୍ରୀତିଶ କୁମାର ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ପ୍ରତି ଥିବା ଆଇନର ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଏହି ସଚେତନତା ଶିବିରରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ନେଇ ଥିବା ଆଇନର ଦିଗ ଯଥା ସୁରକ୍ଷା ଓ ସୁବିଧା ଉପରେ ସଚେତନ କରାଇଥିଲେ। ଏହି ସଚେତନତା ଶିବିରରେ ସମସ୍ତ ଆଇନଜୀବୀ ମାନେ ଯୋଗ ଦେଇଥିଲେ। କୋର୍ଟ କର୍ମଚାରୀ ସଂଜିବ କୁମାର ବାଗ, ପ୍ରବୀଣ କୁମାର ସାହୁ, ତୁମ୍ବନାଥ ପାତ୍ର ,ରମାକାନ୍ତ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.