www.samajalive.in
Saturday, December 13, 2025
23.1 C
Bhubaneswar

ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ପିଟିଏ ବୈଠକ

ନବରଙ୍ଗପୁର : କେନ୍ଦ୍ରୀୟ ବିଦ୍ୟାଳୟର ଅବିଭାବକ ଓ ଶିକ୍ଷକ ସଂଘ (ପିଟିଏ) ବୈଠକ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ମଣ୍ଟୁ କୁମାର ,ପିଟିଏ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଦସ୍ୟା ଉର୍ମିଳା ବ୍ରହ୍ମା, ଶିକ୍ଷକ ସଦସ୍ୟ ଅରବିନ୍ଦ ଶର୍ମା ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଛାତ୍ରଛାତ୍ରୀ ମାନଙ୍କର ଅନ୍‍-ଲାଇନ୍‍ ଶିକ୍ଷାଦାନ ସଂପର୍କରେ ଆଲୋଚନା କରାଯାଇଥିଲ। ତେବେ ଅନ୍‍ଲାଇନରେ ବହୁ ପିଲା ସାମିଲ ହୋଇ ପାରୁନଥିବା ନେଇ ସଦସ୍ୟ ମାନେ ଅଭିଯୋଗ କରିଥିଲେ। ଯେଉଁ ପିଲା ମାନେ ଅନଲାଇନରେ ଆସୁନାହାନ୍ତି ତାଙ୍କର ଅବିଭାବକ ମାନଙ୍କୁ ସଂପୃକ୍ତ ଶ୍ରେଣୀ ଶିକ୍ଷକ ଫୋନକରି ଯୋଗାଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶତପ୍ରତିଶତ ପିଲା ଯେପରି ଅନଲାଇନ୍‍ ପାଠ୍ୟକ୍ରମରେ ସାମଲି ହୋଇ ପାରିବେ ସେଥିପ୍ରତି ସୁନିଶ୍ଚିତ କରିବାକୁ କୁହାଯାଇଥିଲ।

ଆସନ୍ତା ପରୀକ୍ଷା ପ୍ରସ୍ତୁତି ସଂର୍କରେ ଆଲୋଚନା କରାଯାଇ ସରକାରଙ୍କର ନିର୍ଦ୍ଦେଶ ପ୍ରକାରରେ ବାର୍ଷିକ ପରୀକ୍ଷା କରାଯିବ ବୋଲି ଅଧ୍ୟକ୍ଷ କହିଥିଲେ। ଓଡିଆ ପାଠ୍ୟକ୍ରମ ଶିକ୍ଷାଦାନ ବିଷୟରେ ଆଲୋଚନା ହୋଇଥିଲା। ଗତବର୍ଷର ବାର୍ଷିକ ପରୀକ୍ଷାର ମାର୍କସିଟ୍‍ ଦିଆଯାଇ ନଥିବାରୁ ବହୁ ଅବିଭାବକଙ୍କର ଅସନ୍ତୋଷ ରହିଥିବା କୁହାଯାଇଥିଲା। ତେବେ ଏଣିକି ଶ୍ରେଣୀ ଶିକ୍ଷକମାନେ ବ୍ୟକ୍ତିଗତ ମୋବାଇଲରେ ମାର୍କସିଟ ପଠାଇବେ ବୋଲି ଅଧ୍ୟକ୍ଷ କହିଥିଲେ। ଗତ ୩ବର୍ଷହେଲା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଖେଳ ଉତ୍ସବ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। କରୋନା ପରେ ଷ୍ଟଡି ଟୁର୍‍, ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଜିଲାର ପୋଡାଗଡ ଓ ଇନ୍ଦ୍ରାବତୀ ପ୍ରକଳ୍ପ ଦେଖିବାକୁ ଷ୍ଟଡିଟୁରରେ ପିଲାମାନଙ୍କୁ ନେବାକୁ କୁହାଯାଇଥିଲା। ଯେଉଁ ଗରୀବ ପିଲାମାନେ ମୋବାଇଲ ଅଭାବରୁ ଅନ୍‍ଲାଇନ୍‍ ପାଠ୍ୟକ୍ରମ କରିପାରୁନାହାନ୍ତି ସେମାନଙ୍କୁ ଏନଜିଓ ମାନେ ମଧ୍ୟ ମୋବାଇଲ ଯୋଗାଇ ଦେଇ ସହାୟତା କରିପାରିବେ ବୋଲି ଅଧ୍ୟକ୍ଷ କହିଥିଲେ। ଏଭଳି ବଦାନ୍ୟତା କରୁଥିବା ଏନଜିଓ ମାନେ ଗରୀବ ପିଲା ମାନଙ୍କୁ ସାହାଯ୍ୟ କରିବାକୁ ବୈଠକରେ ଅନୁରୋଧ କରାଯାଇଥିଲା। କରୋନା ପରେ ସମସ୍ତ ଅବିଭାବକ ବୈଠକ କରାଯିବାକୁ ସ୍ଥିର କରାଯାଇଥିଲା।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories