ପାଟଣା: ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ କିଆପଡା ଗ୍ରାମର ଏକ ଘରୋଇ ଫ୍ଲାଇଆସ୍ ଇଟା କାରଖାନାରେ ଅଘଟଣ ଘଟି ଜଣେ ଶ୍ରମଜୀବୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ଗ୍ରାମର ଭୂବନ ନାଏକଙ୍କ ପତ୍ନୀ ରୁକ୍ମିଣୀ ନାଏକ(୫୫) ବୋଲି ଜଣାପଡିଛି। ଆଜି ଅପରାହ୍ନ ସାଢେ଼ ୩ଟା ସମୟରେ ରୁକ୍ମିଣୀ ନାଏକ ଇଟା ତିଆରି ମିକ୍ସର କୁଣ୍ଡରେ ପଶି କୁଣ୍ଡ ସଫା କରୁଥିବା ସମୟରେ କେହି ଜଣେ ଅଜାଣତରେ ମୋଟର ଚଲାଇ ଦେବାରୁ ସେ ମୋଟରରେ ପେଶି ହୋଇ ଗୁରୁତର ହୋଇ ପଡ଼ିଥିଲେ। ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଉଥିବା ବେଳେ ରାସ୍ତା ରେ ରୁକ୍ମିଣୀଙ୍କ ମୃତ୍ୟୁ ଘଟିଥିଲା। ଏନେଇ କେନ୍ଦୁଝର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯିବା ପରେ ତୁରୁମୁଙ୍ଗା ପୋଲିସକୁ ସୂଚନା ଦିଆଯାଇଥିଲା। ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତ ମହାନ୍ତିଙ୍କ ପକ୍ଷରୁ ଆସନ୍ତାକାଲି ମୃତକର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ଦିଆଯାଇଛି।
ଫ୍ଲାଇଆସ୍ ଇଟା କାରଖାନାରେ ଅଘଟଣ , ଶ୍ରମଜୀବୀ ମହିଳାଙ୍କ ମୃତ୍ୟୁ
Popular Categories



